ପୁରୀରେ ପ୍ରଥମେ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥର ଗୟଳ ଚିରଟ ଆରମ୍ଭ ହେଇଛି
17/05/2018 at 9:43 PM

ପାଖେଇ ଆସୁଛି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରା। ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଜୋର ସୋରରେ ଚାଲିଥିବା ବେଳେ ଏପଟେ ଦୋଳବେଦୀ ମଧ୍ୟ ବେଶ୍ ଚଳଚଞ୍ଚଳ। କମାରଶାଳରେ କମାର ସେବକ, ରଥଖଳାରେ ମହାରଣା ସେବକ ଓ ଭୋଇ ସେବକଙ୍କ ଭଳି ଦୋଳବେଦୀରେ କରତିଆ ସେବକମାନେ ଗୟଳ ଚିରଟ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି।