ପୁରୀରେ ଗ୍ରୀଷ୍ମର ପ୍ରକୋପ ସତ୍ତ୍ୱେ ଜାରି ରହିଛି ରଥ ନିର୍ମାଣ କାର୍ଯ୍ୟ
19/05/2018 at 9:19 PM

ସାରା ରାଜ୍ୟ ସହିତ ପୁରୀରେ ମଧ୍ୟ ଜାରି ରହିଛି ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ। ତେବେ ରଥଯାତ୍ର ଆଉ କମ୍ ଦିନ ଥିବାରୁ ଗ୍ରୀଷ୍ମର ପ୍ରକୋପ ସତ୍ତ୍ୱେ ଜାରି ରହିଛି ରଥ ନିର୍ମାଣ କାର୍ଯ୍ୟ। ଖରା ତାତିରେ ଚକ, ଅଖ ଓ ଦଣ୍ତାକୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ନଡ଼ିଆ ଚାଞ୍ଚର ବ୍ୟବସ୍ଥା କରାଯାଇଛି। ବିଶ୍ୱକର୍ମା ମହାରଣା, କମାର, ଭୋଇ ଓ ରୁପକାର ସେବାୟତମାନେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ନିଷ୍ଠାର ସହ ଜାରି ରଖିଛନ୍ତି ଶ୍ରଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ।