scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁତ୍ର ପ୍ରାପ୍ତି ପାଇଁ କାମନା କରିବାକୁ ଆସିଥିଲେ ମନ୍ଦିର; ଗଙ୍ଗାସାଗରରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା

17/01/2019 at 3:56 PM

କୋଲକାତା ୧୭/୧ : ଆସ୍ଥା ଏବଂ ବିଶ୍ୱାସର କେନ୍ଦ୍ରବିନ୍ଦୁ କୁହାଯାଉଥିବା ଗଙ୍ଗାସାଗର ଅନ୍ତର୍ଗତ ମୁଡିଗଙ୍ଗା ଗର୍ଭରେ ଜଣେ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି | ଶିଶୁ କନ୍ୟାର ନାଁ ଜାହ୍ନବୀ ରଖାଯାଇଛି |


ସୂଚନାଯୋଗ୍ୟ ଯେ, ନାମଖାନାରେ ରହୁଥିବା ଜୟଶ୍ରୀ ଗତ ୩ ବର୍ଷ ପୂର୍ବରୁ ଗଙ୍ଗାସାଗରର କପିଳମୁନି ମନ୍ଦିରରେ ଏକ ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ମନୋସ୍କାମନା କରିଥିଲେ | କିଛି ଦିନ ଅନ୍ତରାଳରେ ମହିଳା ଗର୍ଭବତୀ ହୋଇଥିଲେ ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ | ମନୋସ୍କାମନା ପୂରଣ ହୋଇଥିବା ଯୋଗୁଁ ମହିଳା ମକର ସଂକ୍ରାନ୍ତି ଅବସରରେ ମଙ୍ଗଳବାର ଦିନ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ | ମହିଳା ପୁଣିଥରେ ଗର୍ଭବତୀ ଥିଲେ | ମନ୍ଦିର ପହଂଚିବା କ୍ଷଣି ମହିଳାଙ୍କର ପ୍ରସବ ପୀଡା ଆରମ୍ଭ ହୋଇଥିଲା |

ମହିଳାଙ୍କୁ ସଂଗେସଂଗେ ଆମ୍ବୁଲାନ୍ସ ଯୋଗେ ମେଳାର ଅସ୍ଥାୟୀ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା | ସେଠାରେ ପ୍ରାଥମିକ ଚିକିତ୍ସା ପରେ ମହିଳାଙ୍କୁ ରୁଦ୍ରନଗର ବ୍ଲକ ହସ୍ପିଟାଲକୁ ସ୍ଥାନାଂତର କରାଯାଇଥିଲା | ହସ୍ପିଟାଲରେ ଚିକିତ୍ସା ଆରମ୍ଭ ବେଳେ ଡାକ୍ତରଙ୍କୁ ଶିଶୁର ଦୁଇଟି ଆଙ୍ଗୁଠି ଦେଖାଯାଇଥିଲା | ଏହାଦେଖି ଡାକ୍ତର ସଂଗେସଂଗେ ଅପରେସନ ପାଇଁ କହିଥିଲେ | କିନ୍ତୁ ସେହି ହସ୍ପିଟାଲରେ ଅପରେସନ ପାଇଁ କୌଣସି ବ୍ୟବସ୍ଥା ନଥିଲା | ତେଣୁ ପରିବାରଲୋକେ ମହିଳାଙ୍କୁ ନାମଖାନା ନେଇଯିବା ଉଚିତ ବୋଲି ଭାବିଲେ | ପରିବାର ଲୋକେ ମହିଳାଙ୍କୁ ଧରି ଗଙ୍ଗାସାଗରର ବେଣୁବନ ଠାରୁ ଡଙ୍ଗାରେ ନାମଖାନା ଯାଉଥିଲେ | ଡଙ୍ଗା ମଝିଆ ନଦୀରେ ପହଂଚିବା କ୍ଷଣି ଜୟଶ୍ରୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ | ଉଭୟ ମା ଏବଂ ଶିଶୁର ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିଲା |

   Related Posts