ପୁଣି ରିମାଣ୍ଡରେ ପୁଞ୍ଜିଲାଲ
2/05/2018 at 11:56 PM

ପୁଣି କ୍ରାଇମବ୍ରାଞ୍ଚ ରିମାଣ୍ଡରେ ପାର୍ସଲ୍ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ୍ ପୁଞ୍ଜିଲାଲ୍ ମେହେର୍ । ଦ୍ୱିତୀୟ ଦଫାରେ କ୍ରାଇମବ୍ରାଞ୍ଚକୁ ଆଉ ୫ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି ପାଟଣାଗଡ଼ ଏସଡିଜେଏମ୍ କୋର୍ଟ । ପ୍ରଥମ ଦଫାରେ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପୁଞ୍ଜିଲାଲଙ୍କୁ ଜେରା କରା ଯାଇଥିବା ବେଳେ ଏଥର ସ୍ପଟକୁ ନେଇ ଡେମୋନଷ୍ଟ୍ରେସନ୍ କରାଯିବ । କ୍ରାଇମବ୍ରାଞ୍ଚ କହୁଛି, ପୁଞ୍ଜିଲାଲ ହିଁ ୱାନ୍ ମ୍ୟାନ୍ ଆର୍ମି । ସେ ହିଁ ଅଭିଯୁକ୍ତ । ତେବେ ଅଭିଯୁକ୍ତଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବାକୁ ହେଲେ ବଳିଷ୍ଠ ତଥ୍ୟ ପ୍ରମାଣର ଆବଶ୍ୟକତା ରହିଛି । ଯେଉଁଥି ପାଇଁ ପୁଞ୍ଜିଲାଲଙ୍କୁ ପୁଣି ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ ।