ପୁଣି ତୁ ତୁ ମେଁ ମେଁ ହେଲେ ଦାମ-ବିଷ୍ଣୁ
25/09/2018 at 1:43 AM

ଥମୁନି ଦାମ- ବିଷ୍ଣୁ ତୁ ତୁ ମେଁ ମେଁ । ଆଜି ପୁଣି ଏହି ଦୁଇ ନେତା ଲଢ଼ାଲଢ଼ି ହୋଇଛନ୍ତି । ବିଷ୍ଣୁ କହିଛନ୍ତି, ଦାମ ବାବୁ ଦଳରୁ ବିଦା ହେବା ପରେ ପାରାଦୀପରେ ବିଜେଡି ଅଧିକ ସକ୍ରିୟ ହୋଇଛି । ଦଳର ଅନେକ ନେତା ଦାମଙ୍କୁ ଛାଡ଼ି ବିଜେଡି ସହ ଅଛନ୍ତି । ଆଗକୁ ବି ଆଉ କିଛି ନେତା ଦାମଙ୍କ ହାତ ଛାଡିବେ । ଆଉ ଆସନ୍ତା ନିର୍ବାଚନରେ ପାରାଦୀପ ସମେତ ଜିଲ୍ଲାର ସବୁ ବିଧାନସଭା ଓ ଲୋକସଭା ଆସନରେ ବିଜେଡି ଜିତିବ । ବିଷ୍ଣୁଙ୍କ ଏଭଳି ମନ୍ତବ୍ୟ ଉପରେ କଡା ଜବାବ ଦେଇଛନ୍ତି ଦାମ ବାବୁ । କହିଛନ୍ତି, ସେ ଏବେ ଦୁର୍ନୀତି ବିରୋଧୀ ପ୍ରସଙ୍ଗକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମିଶନରେ ତାଙ୍କ ସହ ଯିଏ ରହିବ ରହୁ ଯିଏ ଯିବ ଯାଉ । ପାରାଦୀପରେ ବିଜେଡି କର୍ମୀ ସେ ହିଁ ସୃଷ୍ଟି କରିଥିଲେ ବୋଲି କହିଛନ୍ତି ଦାମ । ଯଦି ସେମାନେ ତାଙ୍କୁ ଛାଡି ଚାଲିଯିବେ ତାହେଲେ ସେ ନୂଆ କର୍ମୀ ସୃଷ୍ଟି କରିବେ ବୋଲି କହିଛନ୍ତି ଦାମ ବାବୁ ।