ପୁଣି ଅଲୋଡା ଶିଶୁ କନ୍ୟା
21/05/2018 at 6:36 AM

ପୁଣି ଅଲୋଡା ଶିଶୁ କନ୍ୟା । ବଡବିଲ ବାମେବାରୀ ଥାନା ଅନ୍ତର୍ଗତ ଗୁରୁବେଡା ଜଙ୍ଗଲର ଏକ ବରଗଛ ତଳୁ ଜୀବନ୍ତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଉଦ୍ଧାର ଶିଶୁ କନ୍ୟାର ବୟସ ପ୍ରାୟ ମାସେ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି । ଲୋକେ ଜଙ୍ଗଲକୁ ଦାନ୍ତକାଠି ସଂଗ୍ରହ ପାଇଁ ଯାଇଥିବା ବେଳେ ଶିଶୁ କନ୍ୟାଟି କାନ୍ଦୁଥିବାର ଶୁଣି ଥିଲେ । ସ୍ବେଚ୍ଛାସେବୀ ଚର୍ଚ୍ଚିଲ ମହାକୁଡଙ୍କ ସହାୟତାରେ ସ୍ଥାନୀୟ ଲୋକେ ଶିଶୁ କନ୍ୟାକୁ ଉଦ୍ଧାର କରି ଟାଟା ଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଭଲ ରହିଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଏନେଇ କେନ୍ଦୁଝର ଚାଇଲ୍ଡ ଲାଇନକୁ ମଧ୍ୟ ସୂଚନା ଦେଇଛନ୍ତି । କିଏ ଏବଂ କାହିଁକି ଶିଶୁକନ୍ୟାକୁ ଗଛ ମୂଳେ ଛାଡିଦେଇ ଗଲା ସେ ନଇ ତଦନ୍ତ ଚାଲିଛି ।
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023