ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପିଲା ଚୋର ସନ୍ଦେହରେ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ, ନିର୍ଧୁମ ଛେଚିଲେ, ଗୁରୁତର ଅବସ୍ଥାରେ ଉଦ୍ଧାର କଲା ପୋଲିସ

13/12/2020 at 10:45 PM

ଢେଙ୍କାନାଳ ୧୩।୧୨: ସଂପ୍ରତି ରାଜ୍ୟରେ ଗତ କିଛି ଦିନ ହେବ ପିଲା ଚୋରି ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅଜଣା ଭୟ ଖେଳି ଯାଇଛି। ଏହା ମଧ୍ୟରେ ପିଲା ଚୋରି କରୁଥିବା ସନ୍ଦେହରେ ଲୋକେ ଜଣେ ଯୁବକଙ୍କୁ ନିର୍ଧୁମ ଛେଚିଛନ୍ତି। ଏହି ଘଟଣା ଘଟିଛି ଢେଙ୍କାନାଳ ସହର ମିନାବଜାରରେ। ଖବର ପାଇ ପୁଲିସ ଲୋକଙ୍କ କବଳରୁ ଉକ୍ତ ଯୁବକଙ୍କୁ ଉଦ୍ଧାର କରିଛି। ଗୁରୁତର ଅବସ୍ଥାରେ ଏହି ଯୁବକଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ସହରର ମିନା ବଜାରରେ ଅତି ସନ୍ଦେହ ଜନକ ସ୍ଥିତିରେ ଏକ ପାଞ୍ଚ ବର୍ଷର ଶିଶୁକୁ ଧରି ନେଉଥିବା ବେଳେ ଲୋକଙ୍କ ନଜରରେ ପଡିଯିବାରୁ ସ୍ଥିତି ଜଟିଳ ହୋଇପଡିଛି । ସ୍ଥାନୀୟ ଲୋକେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ଗୋଡ଼ାଇ ଧରିବା ପରେ ଉତ୍ତମ ମଧ୍ୟ ଛେଚିଛନ୍ତି । ଖବର ପାଇ ତାକୁ ପୁଲିସ ଲୋକଙ୍କ କବଳରୁ ଉଦ୍ଧାର କରିଛି। ଗୁରୁତର ଅବସ୍ଥାରେ ଏହି ଯୁବକଙ୍କୁ ଢେଙ୍କାନାଲ ମୁଖ୍ୟ ଡକ୍ଟରଖାନରେ ଭର୍ତ୍ତି କରାଯାଇଛି ।

ଏହି ଯୁବକ କବଳରୁ ଶିଶୁକୁ ସୁରକ୍ଷିତ ଭାବେ ସ୍ଥାନୀୟ ଲୋକେ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ଜଣାପଡିଛି । କାବୁ ହୋଇଥିବା ଯୁବକ ଜଣଙ୍କ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସୁଧାଡ଼ିହି କାଟେଣି ଗ୍ରାମର ସୁବାସ ବେହେରା ବୋଲି ସେ ନିଜେ ପ୍ରକାଶ କରିଛି । ଏ ସମ୍ପର୍କରେ ଟାଉନ ପୋଲିସ ଯାଞ୍ଚ ଆରମ୍ଭ କରିଛି ।

   Related Posts