Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ପିଲାଚୋର ସନ୍ଦେହରେ ଦୁଇ ଜଣଙ୍କୁ ନିସ୍ତୁକ ମାଡ଼

21/05/2018 at 9:54 PM

ରାୟଗଡ଼। ସହରର ମାଙ୍କଡଝୋଲା ଏବଂ ଶେଷଖାଲ ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ଗ୍ରାମରେ ଦୁଇ ଜଣ ବ୍ୟକ୍ତିଙ୍କୁ ହୋଇଛି ନିସ୍ତୁକ ମାଡ। ମାଡ ଖାଇଥିବା ଲୋକଙ୍କ ପରିଚୟ ମିଳିପାରିନାହିଁ। ସେମାନେ ଉତ୍ତରପ୍ରଦେଶ ଓ ବିହାର ରାଜ୍ୟର ବୋଲି ସନ୍ଦେହ କରାଯାଉଛି। ଆଜି ଜେମାଦେଇପେଣ୍ଠ ଠାରେ ପ୍ରଥମେ ଓ ମାଙ୍କଡଝୋଲାଠାରେ ଦ୍ବିତୀୟ ଘଟଣା ନଜରକୁ ଆସିଛି। ଜେମାଦେଇପେଣ୍ଠଠାରେ ଲୋକେ ମାଡ ମାରିବାପରେ ପଞ୍ଚାୟତ କାର୍ଯ୍ୟାଳୟରେ ଉକ୍ତ ବ୍ୟକ୍ତକୁ ବାନ୍ଧି ରଖିଥିଲେ। ପୁଲିସ ପହଞ୍ଚି ଉଦ୍ଧାର କରିଥିଲା। ମାଙ୍କଡଝୋଲାରେ ମଧ୍ୟ ଲୋକେ ମାଡ ମାରିବାପରେ ହାତଗୋଡ ବାନ୍ଧି ଦେଇଥିଲେ। ପୁଲିସ ପହଞ୍ଚି ଉଦ୍ଧାର କରିଥିଲା। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାପରେ ରାୟଗଡା ଥାନାରେ ରଖି ପୁଲିସ ଅନୁସନ୍ଧାନ କରୁଛି। ହଲେ କୌଣସି ବ୍ୟକ୍ତିଙ୍କ ଅଭିଯୋଗ ମିଳିନାହିଁ। ମୋବାଇଲ ହ୍ବାଟ୍ସ ଆପ ଓ ଫେସବୁକରେ ଆନ୍ଧ୍ରପ୍ରଦେଶରେ ଏହିଭଳି ଘଟଣା ଗତକାଲିଠାରୁ ଘୁରି ବୁଲିବାପରେ ଆଜି ରାୟଗଡାରେ ଏହାର ପ୍ରଭାବ ନଜରକୁ ଆସିଛି। ମାଡ ଖାଇଥିବା ଦୁଇଜଣ ଅବସ୍ଥା ଗୁରୁତର ଥିବାରୁ କୌଣସି ସୂଚନା ସେମାନଙ୍କଠାରୁ ପୁଲିସକୁ ମିଳିପାରୁନାହିଁ। ତବେ ଚିକିତ୍ସାଳୟରେ ଏମାନଙ୍କୁ ଦେଖିବାପାଇଁ ପ୍ରବଳ ଭିଡ ଜମିଥିଲା। ଯାହାକି ପୁଲିସକୁ ନାକେଦମ ହେବାକୁ ପଡିଥିଲା। ଆଉ ଏହା ପ୍ରଚାର ହେବାପରେ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି।

Leave a Reply

   Related Posts