ପିଲାଙ୍କ ଚିକିତ୍ସାକୁ ନେଇ ଥିଲେ ଚିନ୍ତିତ, ବିଷ ପିଇ ଆତ୍ମହତ୍ୟା କଲା ପୂରା ପରିବାର
26/03/2023 at 11:00 AM

ନୂଆଦିଲ୍ଲୀ, ୨୬/୦୩: ବିଷ ପିଇ ଗୋଟିଏ ପରିବାର ଚାରି ଜଣକ ଆତ୍ମହତ୍ୟା। ଆତ୍ମହତ୍ୟା କରିଥିବା ଚାରି ଜଣକ ମଧ୍ୟରେ ସ୍ବାମୀ-ସ୍ତ୍ରୀ ଏବଂ ତାଙ୍କର ଦୁଇ ସନ୍ତାନ ରହିଛନ୍ତି। ପିଲାଙ୍କ ବୟସ ୯ ବର୍ଷ ଏବଂ ପାଞ୍ଚ ବର୍ଷ । ହାଇଦ୍ରାବାଦରେ ଘଟିଛି ଏହି ଦୁଃଖଦ ଘଟଣା। ପୋଲିସ୍ର କହିବା ଅନୁଯାୟୀ ଏମାନେ ସମସ୍ତେ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ସତୀଶ, ବୈଧା ଏବଂ ଦୁଇ ସନ୍ତାନ ନିଶିକେତ ଏବଂ ନିହାଲ।
ପୋଲିସ୍କୁ ଶନିବାର ଦ୍ବିପ୍ରହରରେ ଏହି ଘଟଣା ବିଷୟରେ ସୂଚନା ମିଳିଥିଲା। ଏହାପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଏହି ମାମଲାରେ ପୋଲିସ୍ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି। କୁହାଯାଉଛି ଯେ ଦମ୍ପତ୍ତି ପୋଟାସିୟମ ସାଇନାଇଡ ଖାଇଛନ୍ତି। ତାଙ୍କର ଦୁଇ ସନ୍ତାନ ମାନସିକ ଦିବ୍ୟାଙ୍ଗ ଥିଲେ। ତେବେ ପିଲାଙ୍କ ହସ୍ପିଟାଲ ଖର୍ଚ୍ଚ ତୁଲାଇବାରେ ସେମାନେ ସକ୍ଷମ ନଥିଲେ ଆଉ ଏହାକୁ ନେଇ ଚାପରେ ଥିଲେ।
କୁଶାହଗୁଡା ଥାନା ସବଇନ୍ସପେକ୍ଟର ପି ଭେଙ୍କଟେଶବାରଲୁ କହିଛନ୍ତି ଯେ ଜଣାପଡ଼ିଛି ଯେ ଉଭୟ ସନ୍ତାନଙ୍କୁ ସ୍ବାସ୍ଥ୍ୟଗତ ସମସ୍ୟା ଥିଲା। ଚିକିତ୍ସା ପରେ ମଧ୍ୟ ଉଭୟଙ୍କ ଠାରେ କୌଣସି ସୁଧାର ହେଉନଥିଲା। ଫଳରେ ଚିନ୍ତିତ ହୋଇ ଦମ୍ପତ୍ତି ଜୀବନ ହାରିଥିଲେ ଏବଂ ପିଲାମାନଙ୍କୁ ମଧ୍ୟ ହତ୍ୟା କରିଥିଲେ।