ପାସେଞ୍ଜର ଟ୍ରେନ୍ ଲାଇନ୍ଚ୍ୟୁତ, ଟ୍ରାକ୍ରୁ ଖସିଲା ବଗି
17/01/2023 at 11:34 AM

କୋରାପୁଟ ୧୭।୦୧ : ପାସେଞ୍ଜର ଟ୍ରେନ୍ ଲାଇନ୍ଚ୍ୟୁତ । ବିଶାଖାପାଟଣା-କୋରାପୁଟ ଆସୁଥିବା ପାସେଞ୍ଜର ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି । ଟ୍ରେନ୍ର ୬ ନମ୍ବର ବଗି ଲାଇନ୍ଚ୍ୟୁତ ହୋଇଛି । ଯାହାଫଳରେ ସେହି ରୁଟ୍ରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ଖବର ଅନୁଯାୟୀ, ବିଶାଖାପାଟଣାରୁ କୋରାପୁଟ ଆସୁଥିଲା କୋରାପୁଟ-କିରଣ୍ଡୁଲ୍ ପାସେଞ୍ଜର ଟ୍ରେନ୍ । ହେଲେ ଶିବଲିଙ୍ଗପୁରମ୍ ଠାରେ ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇଛି । ଯାହାଫଳରେ ଟ୍ରେନ୍ର ୬ ନମ୍ବର ବଗି ଲାଇନ୍ଚ୍ୟୁତ ହୋଇଯାଇଛି । କୋରାପୁଟ-ଆରୁକରୁ ବିଶାଖାପାଟଣା ମଧ୍ୟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ସେପଟେ ଦୁର୍ଘଟଣା ପରେ ରେଲଓ୍ୱେ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ତେବେ କେତେ ପରିମାଣର ଯାତ୍ରୀ ଆହତ ହୋଇଛନ୍ତି । ସେନେଇ ସବିଶେଷ ସୂଚନା ମିଳିନାହିଁ ।
Related Posts
ବାଇକ୍ ଡିକିରୁ ଲକ୍ଷାଧିକ ଟଙ୍କା ନେଇ ଲୁଟେରା ଚମ୍ପଟ
1 February 2023