suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପାରିବାରିକ କଳହରୁ ହତ୍ୟାକାଣ୍ଡ, ସାନ ସଉତୁଣୀକୁ ତଣ୍ଟିଚିପି ମାରିଲା ବଡ଼ ସଉତୁଣୀ

24/03/2023 at 10:58 PM

କେନ୍ଦୁଝର, ୨୪/୦୩: ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସଉତୁଣୀକୁ ତଣ୍ଟି ଚିପି ହତ୍ୟା କଲା ବଡ଼ ସଉତୁଣୀ। କେନ୍ଦୁଝର ଟାଉନ ଥାନା ଡିମ୍ବୋ ନଇଗାଁ ମୁଣ୍ଡା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ସୂଚନା ଅନୁଯାୟୀ, ଗ୍ରାମର ଆକାଶ ମୁଣ୍ଡାଙ୍କ ଦୁଇ ପନ୍ନୀଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ଘଟିଛି ହତ୍ୟାକାଣ୍ଡ । କୌଣସି କାରଣରୁ ଦୁଇ ସଉତୁଣୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ଯାହାର ସୁଯୋଗ ନେଇ ଶୁକ୍ରବାର ବଡ଼ ସଉତୁଣୀ ମୁନୀ ମୁଣ୍ଡା ସାନ ସଉତୁଣୀ ଆଶା ମୁଣ୍ଡାକୁ ଗାଧୋଇବା ବାହାନାରେ ନଦୀ ଘାଟକୁ ଡାକି ନେଇ ଏକ ବୁଦା ନିକଟରେ ତଣ୍ଟି ଚିପି ହତ୍ୟା କରିଛି ।

ତେବେ ବିଳମ୍ବିତ ସମୟ ଯାଏଁ ଘରକୁ କେହି ବି ନ ଫେରିବାରୁ ସ୍ଵାମୀ ଆକାଶ ଖୋଜା ଖୋଜି କରି ନଦୀ କୁଳରେ ସାନ ସ୍ତ୍ରୀର ମୃତ ଦେହ ଦେଖିବାକୁ ପାଇଥିଲେ। ସେଠାରୁ ସେ ସଙ୍ଗେ ସଙ୍ଗେ ମୃତ ଦେହକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ସେଠାରେ ଆଶାକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts