ପାରାଦୀପରେ ୫ କୁଖ୍ୟାତ ଡକାୟତ ଗିରଫ
23/05/2018 at 8:37 PM

ପାରାଦୀପ ପୋଲିସ ଆଜି ୫ଜଣ ଦୁର୍ଦାନ୍ତ ଡକାୟତକୁ ଗିରଫକରି କୋର୍ଟ ଚାଲାଣ କରିଛି । ସେମାନେ ହଲେ ଅଉଲ ରାମୁ ବୟସ 30 , ମାଇକେଲ କାଲି ବୟସ 26 , ଅଉଲ ସମୁ ବୟସ 22, ନିରଞ୍ଜନ ଗଉଡା ବୟସ 26 ଏମାନଙ୍କ ଘର ନୁଆସାହାପୁର ଧୁଙ୍କୁରି ଗଞ୍ଜାମରେ ହୋଇଥିବାବଳେ ଆଉ ଜଣେ ରଣା ପ୍ରଧାନ ବୟସ ଘର ଜାଜପୁର । ତବେ ଦିର୍ଘଦିନହେବ ପାରାଦୀପର ବିଭିନ୍ନ ସ୍ଥାନରେ ଚୋରି କରିବାସହ ଗତମାସ ୩ ତାରିଖ ଦିନ ଜଣେ ବ୍ୟକ୍ତି ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଆଣି ଆସୁଥିବା ସମୟରେ ଅପରାହ୍ନ ୪ଟାବଳେ ପାରାଦୀପର ସିନେମା ହଲ ନିକଟରୁ ତାଙ୍କ ଠାରୁ ଛଡାଇନେଇଥିଲେ । ତବେ ବହୁଦିନ ହେବ ପୋଲିସ ଏମାନଙ୍କୁ ଧରିବାପାଇଁ ଯୋଜନା ଚଳାଇଥିବାବଳେ ଗତକାଲି ରାତିରେ ଧରିବାରେ ସଫଳ ହୋଇଥିଲା । ସେମାନଙ୍କ ପାଖରୁ ମାରଣାସ୍ତ୍ର ଜବତ କରିବା ସହ ଚୋରିରେ ବ୍ୟବହୃତ ଜିନଷ ମାନ ଜବତ କରିଥିଲେ । ଆଜି ସେମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।