ପାଣି ପାଇଁ ହନ୍ତସନ୍ତ କୋରାପୁଟ ମସିପଦର ଗାଁ ଲୋକ
1/05/2018 at 8:38 PM

ସ୍ୱଚ୍ଛ ପାଣି ପାଇଁ ଗାଁ ଲୋକଙ୍କ ସାତ ସପନ । ପାଣି ପାଇଁ ହନ୍ତସନ୍ତ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ମସିପଦର ଗାଁ ଲୋକେ । ଏହି ଗାଁରେ ୨୦୦ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ, ଗାଁରେ ଅଛି ମାତ୍ର ଗୋଟିଏ ନଳକୂପ । ସେହି ନଳକୂପରୁ ଗୋଳିଆ ପାଣି ବାହାରୁ ଥିବାରୁ, ସ୍ୱଚ୍ଛ ପାଣି ପାଇଁ ବାରମ୍ୱାର ଦାବି ସତ୍ୱେ ଶଣୁନି ପ୍ରଶାସନ । ବାଧ୍ୟ ହୋଇ ୨କି.ମି ଦୂରରେ ଥିବା ପାହାଡ଼ୀ ଝରରୁ ଗ୍ରାମବାସୀ ପାନୀୟ ଜଳ ସଂଗ୍ରହ କରୁଛନ୍ତି । ମସିପଦର ସମସ୍ୟା ବିଷୟରେ ଅବଗତ ଅଛନ୍ତି ଜୟପୁର ଉପଜିଲ୍ଲାପାଳ । ଭୁତଳ ଜଳ ସ୍ତର ବହୁ ତଳକୁ ଚାଲିଯାଇଥିବାରୁ ସେଠାରେ ଆଉ ନଳକୂପ ଖୋଳାଯାଉନାହିଁ । ଗାଁ ଲୋକଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ସମସ୍ୟାର ସମାଧାନ ପାଇଁ ପାଇପ ମାଧ୍ୟମରେ ପାଣି ଯୋଗାଇଦେବାକୁ RWSSକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉପଜିଲ୍ଲାପାଳ କହିଛନ୍ତି ।