ପାଣିପାଗ, ଆସନ୍ତା ୧୪ତାରିଖଠାରୁ କମିବ ତାତି
8/05/2018 at 9:20 PM

ଆସନ୍ତା ୧୪ତାରିଖଠାରୁ କମିବ ତାତି। ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ମଧ୍ୟରେ ରହିବ। ଆସନ୍ତା ୯, ୧୦, ୧୧ ତାରିଖରେ ଉପକୂଳ ଓଡିଶା କାଳବୈଶାଖୀର ପ୍ରଭାବ ଦେଖାଦେବ। କେନ୍ଦୁଝର ମୟୁରଭଞ୍ଜ ପକେଟରେ ମଧ୍ୟ କାଳବୈଶାଖୀ ହେବ। ଘଡଘଡି ବର୍ଷା ସହ କୁଆପଥର ମାଡ ସମ୍ଭାବନାଏହି ସମୟରେ ପବନର ବେଗ ୫୦-୬୦ କିମି ବେଗ ରହିବ। କଳାବାଦଲ ଦେଖିଲେ ନିରାପଦ ସ୍ଥାନକୁ ଯିବାକୁ ପାଣିପାଗ ବିଭାଗର ପରାମର୍ଶ। ଆଜି ପାଇଁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ହିଟ୍ ୱେଭ୍ ୱାର୍ଣ୍ଣିଂ। ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୨.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି। ଉତ୍ତର ପଶ୍ଚିମ ଦିଗରୁ ପବନ ବହୁଥିବାରୁ ଆଭ୍ୟନ୍ତରୀଣ ଓଡିଶାରେ ଗରମ ଅନୁଭୂତ ହେଉଛି। ଦକ୍ଷିଣ ପଶ୍ଚିମ ଦିଗରୁ ଘଣ୍ଟାପ୍ରତି ୩୫-୪୦ କିମ ବେଗରେ ପବନ ବହୁଛି। ଏହାଫଳରେ ଉପକୂଳ ଓଡିଶାରେ ଗରମର ପ୍ରଭାବ ଅନୁଭୂତ ହେଉନାହିଁ।