ପାଠ ପଢାରେ ପ୍ରତିବନ୍ଧକ ସାଜିଛି ଆର୍ଥିକ ସ୍ଥିତି
5/06/2018 at 10:05 PM

ପାଠ ପଢାରେ ବାଧକ ସାଜିଛି ଅର୍ଥ । ଟଙ୍କା ପାଇଁ କେନ୍ଦ୍ରାପଡ଼ା କରାଣ୍ଡିପାଟଣା ଗାଁର କୃତି ଛାତ୍ର ଶୁଭକାନ୍ତ ସେଠୀଙ୍କ ପାଠ ପଢାରେ ଡୋରୀ ବନ୍ଧା ହବାକୁ ବସିଛି । ଚଳିତ ବର୍ଷ ୮୫% ନମ୍ୱର ରଖି ଦଶମ ଶ୍ରେଣୀରେ ପାସ କରିଛନ୍ତି ଶୁଭକାନ୍ତ । ଆର୍ଥିକ ସ୍ଥିତି ତାଙ୍କ ପାଠ ପଢାରେ ପ୍ରତିବନ୍ଧକ ସାଜିଛି । ବାପା ୧୫ ବର୍ଷ ହେଲା ପକ୍ଷାଘାତରେ ପିଡୀତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ମା କୌଳିକବୃତିରୁ ଯାହା ଆୟ କରନ୍ତି ପରିବାର ସେଥିରେ ଚଳେ। ଏପରି କ୍ଷେତ୍ରରେ ଶୁଭକାନ୍ତଙ୍କୁ ପାଠ ପଢାଇବା ପାଇଁ ଆଶା ସଂଚାର କରିପାରୁନାହାନ୍ତି । କୌଣସି ବ୍ୟକ୍ତି ବିଶେଷ ବା ଅନୁଷ୍ଠାନ ଆର୍ଥିକ ସାହାୟତା ଯୋଗାଇଦେଲେ ଶୁଭକାନ୍ତ ଆଗକୁ ପାଠପଢା ଜାରି ରଖିପାରନ୍ତେ।