ପାଟଣାଗଡ ଗିଫ୍ଟ ବୋମା ବିସ୍ପୋରଣ ଘଟଣାରେ ନୂଆ ଟ୍ବିଷ୍ଟ
24/04/2018 at 12:11 AM

ପାଟଣାଗଡ ଗିଫ୍ଟ ବୋମା ବିସ୍ପୋରଣ ଘଟଣାରେ ନୂଆ ଟ୍ବିଷ୍ଟ। ଗତ ୨୪ ଘଣ୍ଟା ଭିତରେ ଆଠ ଜଣଙ୍କୁ ଘରୁ ଉଠାଇ ସାରିଲାଣି କ୍ରାଇମବ୍ରାଂଚର ଏସଆଇଟି ଟିମ। ଗୋଟିଏ ପଟେ ପାଟଣାଗଡରେ ଭଇଁଷାରେ ଥିବା ଜ୍ୟୋତି ବିକାଶ କଲେଜରେ ଛାନଭିନ କରୁଥିବା ବେଳେ ବଲାଂଗୀର PWD ସାର୍କିଟ ହାଉସରେ ଅନ୍ୟ ମାନଙ୍କୁ ଘନ ଘନ ଜେରା କରୁଛି କ୍ରାଇମବ୍ରାଂଚ। ମୃତ ସୌମ୍ୟ ଶେଖରଙ୍କ ମାଁ ପ୍ରିନ୍ସିପାଲ ଥିବା କଲେଜର ଇଂରାଜୀ ଅଧ୍ୟାପକ ଥିବା ପୁଞିଲାଲ ମେହେର ଏବେ କ୍ରାଇମବ୍ରାଂଚର ସ୍କାନନରେ ରହିଛନ୍ତି ମେନ ସସପେକ୍ଟରେ। କିନ୍ତୁ କ୍ରାଇମବ୍ରାଂଚ ଟିମ କରିଥିବା ଏଇ ୨୪ ଘଣ୍ଟା ଧରପକଡରେ ଗୋଟିଏ କଥା ସ୍ପଷ୍ଟ ଘଟଣାର ମାଷ୍ଟର ମାଇଣ୍ଡ ଜଣଙ୍କ ହେଉଛି ମାଷ୍ଟର ବ୍ରେନ୍। ଆଇଟିରେ ମାଷ୍ଟର ଥିବା ଏହି ମାଷ୍ଟର ମାଇଣ୍ଡ ଜଣକ ଘଟାଇ ଥାଇ ପାରେ ଏହି ନାରକୀୟ କାଣ୍ଡ। ତେବେ କିଏ ସେ ଆଇଟି ଏକ୍ସପର୍ଟ ?
ପାଟଣାଗଡ ଗିଫ୍ଟ ବୋମା ବିସ୍ପୋରଣ ଘଟଣାରେ ଅଧ୍ୟାପକ ପୁଞ୍ଜିଲାଲ୍ ମେହେରଙ୍କ ପୈତୃକ ଘର ମାଟିତଳୁ ବିସ୍ପୋରକ ଜବତ ।