ପାଇପ ଭିତରେ ଫଶି ଯାଇଥିବା ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରିଛନ୍ତି ଉଭୟ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍
17/05/2018 at 10:16 PM

ଉଭୟ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ମିଳିତ ସହଯୋଗକ୍ରମେ ପାଇପ୍ ଭିତରୁ ଉଦ୍ଧାର ପାଇଥିବା ପ୍ରାଣକୃଷ୍ଣଙ୍କୁ ବର୍ତ୍ତମାନ ଏସ୍ସିବିରେ ଭର୍ତ୍ତି କରାଯାଇଛି। ତେବେ ସକାଳ ୭ଟା ବେଳେ ଏପ୍ରକାର ଅଘଟଣର ଶୀକାର ହୋଇ ଅପରାହ୍ଣ ସାଢେ ୩ଟା ପର୍ଯ୍ୟନ୍ତ ପାଇପ୍ ଭିତରେ ଫସି ଯାଇଥିଲେ ବୋଲି ପ୍ରାଣକୃଷ୍ଣ କହିଛନ୍ତି। ସିଏମ୍ସିର କୌଣସି କର୍ମଚାରୀ କହିଲା ପରେ ପ୍ରାଣକୃଷ୍ଣ ନିଜ ଦେହରେ ଦଉଡି ଲଗାଇ ପାଇପ୍ ସଫା କରୁଥିବା ବେଳେ ପାଣିର ଫ୍ଲୋ ଯୋଗୁଁ ଭିତରକୁ ଟାଣି ହୋଇଯାଇଥିଲେ ଓ ଦଉଡି ଛିଣ୍ଡି ଯାଇଥିଲା ବୋଲି ସେ କହିଛନ୍ତି। ତେବେ ଏବେ ସେ ଶାରୀରିକ ଓ ମାନସିକ କ୍ଷେତ୍ରରେ ସୁସ୍ଥ ଅଛନ୍ତି ଓ ତାଙ୍କର ଆବଶ୍ୟକୀୟ ଚିକିତ୍ସା ଚାଲୁଥିବା ଏସ୍ସିବିର ଜରୁରୀକାଳୀନ ଅଧିକାରୀ କହିଛନ୍ତି। ପ୍ରାଣକୃଷ୍ଣଙ୍କୁ ଅର୍ଥୋପେଡିକ୍ ଓ ସର୍ଜରୀ ବିଭାଗ ଡାକ୍ତର ଦେଖି ସାରିଲେଣି ଓ ପରବର୍ତ୍ତୀ ସମୟରେ ମେଡିସିନ୍ ଓ ନ୍ୟୁରୋ ଡାକ୍ତର ଆବଶ୍ୟକ ପଡିଲେ ତାଙ୍କର ଚିକିତ୍ସା କରିବେ ବୋଲି ସୂଚନା ମିଳିଛି। ତେବେ ଏବେ ସେ କାଜୁଆଲିଟିରେ ଚିକିତ୍ସାଧୀନ ଅଛନ୍ତି ଓ ଆବଶ୍ୟକ ପଡିଲେ ତାଙ୍କୁ ଟ୍ରମାରେ ରଖାଯିବ ବୋଲି ଏସିବି ଜରୁରୀକାଳୀନ ଅଧିକାରୀ କହିଛନ୍ତି।