ପଶ୍ଚିମ ଓଡ଼ିଶା ଉପରେ, ଉଭୟ ବିଜେପି ଓ ବିଜେଡିର ଆଖି
16/05/2018 at 9:59 PM

ସମ୍ବଲପୁର ସମେତ ଏବେ ସମଗ୍ର ପଶ୍ଚିମଓଡିଶା ଉପରେ, ଉଭୟ ବିଜେପି ଓ ବିଜେଡିର ଆଖି। ନିର୍ବାଚନ ବର୍ଷ ହୋଇଥିବାରୁ କେହି କାହାରିକୁ ଇଞ୍ଚେ ସ୍ପେଷ୍ ଦେବାକୁ ନାରାଜ। ଆଜିଠାରୁ,ବିଜେଡି ପକ୍ଷରୁ, ମହାନଦୀ ବଞ୍ଚାଅ ସୁରକ୍ଷା ଯାତ୍ରା, ଝାରସୁଗୁଡାରୁ ଆରମ୍ଭ ହେଉଥିବା ବେଳେ, ବିଜେପିର ଆସନ୍ତାକାଲି ଠାରୁ, ମହିଳା ସୁରକ୍ଷାଯାତ୍ରା ଆରମ୍ଭ ହେବାକୁ ଯାଉଛି। କହିବାକୁ ଗଲେ,ବିଜେଡିକୁ କଡା ଟକ୍କର ଦେବାଲାଗି ବିଜେପି ମଧ୍ୟ ପ୍ରସ୍ତୁତି ଜୋର୍ଦାର କରିଛି। ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନେତୃତ୍ୟରେ ହେବାକୁ ଥିବା ଏହି ଯାତ୍ରାକୁ ବିଜେଡି ହସରେ ଉଡେଇ ଦେଇଛି।