suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପରିତ୍ୟକ୍ତ ଶୌଚାଳୟରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ, ପୋଲିସ୍‌ର ତଦନ୍ତ ଆରମ୍ଭ   

24/03/2023 at 10:48 PM

ଟିଟିଲାଗଡ଼, ୨୪/୦୩: ପରିତ୍ୟକ୍ତ ପାଇଖାନା ଘରୁ ମିଳିଲା ମହିଳାଙ୍କ ମୃତଦେହ। ଟିଟିଲାଗଡ଼ ଥାନା ଅନ୍ତର୍ଗତ ବେଲପଦର ଗ୍ରାମର ଜୁଖିଆବନ୍ଧ ନାମକ ପାଖରେ ଥିବା ଭୁବନ ଦୀପଙ୍କ ପରିତ୍ୟକ୍ତ ପାଇଖାନା ଘରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ମିଳିଛି । ମୃତକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ମହିଳାଙ୍କ ବୟସ ପାଖାପାଖି ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ଘଟଣା ସ୍ଥଳରେ ଟିଟିଲାଗଡ଼ ପୋଲିସ ପହଞ୍ଚି ଥିବାବେଳେ ଆସନ୍ତା କାଲି ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚିବା ସମ୍ଭାବନା ରହିଛି। ତେବେ ଉକ୍ତ ମହିଳା ଜଣକଙ୍କ ମୂତ୍ୟୁ କିଭଳି ହେଲା ତାହା ଅଧିକ ତଦନ୍ତ ପରେ ଜଣାପଡ଼ିବା ନେଇ କହିଛି ପୋଲିସ୍‌।

   Related Posts