ପଣ୍ଡା ଇନ୍ ଫ୍ରା ମାଲିକ ପ୍ରତାପ ପଣ୍ଡାଙ୍କ ଗିରଫଦାରିକୁ ବିରୋଧ କରିଛି ଅଲ୍ ଓଡ଼ିଶା ଠିକାଦାର ସଂଘ
9/05/2018 at 10:06 AM

ଭୁବନେଶ୍ବର ବମିଖାଲ ଓଭର ବ୍ରିଜ୍ ଦୁର୍ଘଟଣା ପରେ ଠିକା ସଂସ୍ଥା ପଣ୍ଡା ଇନ୍ ଫ୍ରା ମାଲିକ ପ୍ରତାପ ପଣ୍ଡାଙ୍କୁ ପୋଲିସ ଗିରଫ କରିଛି । ଯାହାକୁ ବିରୋଧ କରିଛି ଅଲ୍ ଓଡ଼ିଶା ଠିକାଦାର ସଂଘ । ପ୍ରତାପ ପଣ୍ଡାଙ୍କ ଗିରଫଦାରୀ ସଂଘ ବେଆଇନ୍ କହିଛି । ଏଥି ସହ ସୁପରଭିଜନ୍ ଦାୟିତ୍ବରେ ଥିବା ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି । ମୁଖ୍ୟ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ନିର୍ମାଣ ସୌଧ ସମ୍ମୁଖରେ ଧର୍ମଘଟ କରିବାକୁ ସଂଘ ଚେତାବନୀ ଦେଇଛି । ଗତ ୩ ତାରିଖରେ ଓଭର ବ୍ରିଜ୍ ସ୍ଲାପ୍ ଖସିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣା ପରେ ପଣ୍ଡା ଇନ୍ ଫ୍ରା ମାଲିକ ପ୍ରତାପ ପଣ୍ଡାଙ୍କୁ ପୋଲିସ ଗିରଫ କରିଛି ।