ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ୍ ଗଲେ ସାର୍
25/09/2018 at 2:48 AM

ବାଲେଶ୍ୱର ୨୪/୯: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖାଇ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇ ଜେଲ୍ ଗଲେ ଶିକ୍ଷକ । ବାଲେଶ୍ବର ଖଇରା ବ୍ଲକ୍ ଝିଙ୍କିରିଆ ପ୍ରାଥମିକ ବିଦ୍ୟଳୟର ଶିକ୍ଷକ ଦାମୋଦର ମହାନ୍ତିଙ୍କୁ ପୋଲିସ୍ ଗିରଫ କରିଛି । ଗତ ଶନିବାର ଦାମୋଦର୍ ସାର୍ ସ୍କୁଲର ୨ ଜଣ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖାଇବା ପରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଅଭିଭାବକ ଓ ଗାଁ ଲୋକେ ଆଜି ସ୍କୁଲକୁ ଆସି ସଂପୃକ୍ତ ଶିକ୍ଷକଙ୍କୁ ଅଟକ ରଖିଥିଲେ । ପ୍ରାଥମିକ ତଦନ୍ତ ପରେ ବ୍ଲକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ଦେଇଥିଲେ । ପରେ ଦାମୋଦର ମହାନ୍ତିଙ୍କୁ ନିଲମ୍ବନ କରାଯାଇଥିଲା । ଲୋକଙ୍କ କବଳରୁ ଉଦ୍ଧାର କରି ପୋଲିସ୍ ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା । ପରେ ଜାମିନ୍ ନାମଞ୍ଜୁର ହେବାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।