oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ପଖାଳକୁ ମିଳୁ ଜିଆଇ ଟ୍ୟାଗ୍, ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଅନୁରୋଧ କଲେ ସମାଜସେବୀ

1/08/2022 at 9:17 AM

ଭୁବନେଶ୍ୱର ୦୮/୦୧: ‘ପଖାଳ’ ଆମର । ଆଦିମ କାଳରୁ ଓଡ଼ିଆଙ୍କର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ପଖାଳ । ତେଣୁ ପଖାଳକୁ ମିଳୁ ଜିଆଇ ଟ୍ୟାଗ୍‌ ବା ମାନ୍ୟତା । ଏ ସମ୍ପର୍କରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ସମାଜସେବୀ ଡ. ଅଭୟ ରଞ୍ଜନ ପଟ୍ଟନାୟକ ।

ରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ ଡ. ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ପଖାଳ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ସହିତ ଓଡ଼ିଆଙ୍କର ନିତିଦିନର ପାରମ୍ପରିକ ଖାଦ୍ୟ । ଏମିତି କୌଣସି ଓଡ଼ିଆ ନାହିଁ, ଯିଏ ତାଙ୍କ ଜୀବନକାଳରେ ପଖାଳ ଖାଇନଥିବେ । ଧନୀ ହେଉ କି ଗରିବ, ସବୁ ଓଡ଼ିଆଙ୍କର ପଖାଳରେ ଆଦର ଥାଏ । ଯାହା ବୈଜ୍ଞାନିକ ସିଦ୍ଧାନ୍ତ ଖାଦ୍ୟ ଭାବେ ମଧ୍ୟ ପ୍ରମାଣିତ ହୋଇପାରିଛି । ତେବେ ପଖାଳକୁ ଜିଆଇ ଟ୍ୟାଗ୍‌ ମିଳିବା ନେଇ ଏବେ ଉତ୍କୃଷ୍ଟ ସମୟ ।

ଏବେ ଆମର ଓଡ଼ିଆ ଝିଅ ରାଷ୍ଟ୍ରପତି । ସାମ୍ବିଧାନିକ ସର୍ବୋଚ୍ଚ ପଦବିରେ ଅବସ୍ଥାପିତ । ତାଙ୍କର ମଧ୍ୟ ପ୍ରିୟ ଖାଦ୍ୟ ପଖାଳ । ଯାହାକୁ ରାଷ୍ଟ୍ରପତି ଭବନର ଖାଦ୍ୟ ମେନୁରେ ସାମିଲ କରିବାକୁ ଯୋଜନା ଚାଲିଛି । ହେଲେ ପଖାଳ ଓଡ଼ିଶାର ବୋଲି ଏ ପର୍ଯ୍ୟନ୍ତ ଏହାକୁ ଜିଆଇ ଟ୍ୟାଗ୍‌ ମିଳିପାରିନି । ତେଣୁ ଏ ଦିଗରେ ପଦକ୍ଷେପ ନେବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଡ. ପଟ୍ଟନାୟକ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ପ୍ରିୟ ଖାଦ୍ୟ ପଖାଳ ହୋଇଥିବାରୁ ସେ ମଧ୍ୟ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଡ. ପଟ୍ଟନାୟକ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସେ ଟୁଇଟ୍‌ କରିଛନ୍ତି ।

   Related Posts