scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୂଆବର୍ଷରେ ରହିଛି ରୁଚକ ରାଜଯୋଗ, ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ, ବର୍ଷିବ ଧନ

18/12/2023 at 3:29 PM

ନୂଆଦିଲ୍ଲୀ ୧୮।୧୨: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବର୍ଷ ୨୦୨୪ରେ ଗ୍ରହର ଗୋଚର ହେତୁ କେତେକ ଶୁଭ ଏବଂ ରାଜଯୋଗ ହେବ। ଯାହାର ପ୍ରଭାବ ମାନବ ଜୀବନରେ ଦେଖିବାକୁ ମିଳିବ ।  ବର୍ଷର ଆରମ୍ଭ ମଙ୍ଗଳ ଗ୍ରହ ନିଜର ଉଚ୍ଚ ରାଶିରେ ପ୍ରବେଶ କରିବାର ଯାଉଛନ୍ତି । ଯାହା ଫଳରେ ରାଜଯୋଗ ନିର୍ମାଣ ହେବ। ଏହି ରାଜଯୋଗ ପ୍ରଭାବ ସମସ୍ତ ରାଶିମାନଙ୍କ ଉପରେ ଦେଖିବାକୁ ମିଳିବ । ହେଲେ ଏମିତି ୩ ରାଶି ଅଛନ୍ତି ଯାହାର ସବୁ କାର୍ଯ୍ୟରେ ସଫଳତା ମିଳିବ। ଏହା ସହ ଧନ-ସମ୍ପତ୍ତି ବି ପ୍ରାପ୍ତ ହେବ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶି…

ମେଷ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରାଜଯୋଗ ଲାଭକାରୀ ହୋଇପାରେ। କାହିଁକି ନା ମଙ୍ଗଳ ଗ୍ରହ ଆପଣଙ୍କ ରାଶିର ସ୍ଵାମୀ।   ଏହି ସମୟରେ ଆପଣଙ୍କ ସମସ୍ତ କାମ-କାରବାରରେ ଉନ୍ନତି ହେବ ।  ଏହା ସହ କାର୍ମକ୍ଷେତ୍ରରେ ପ୍ରଶଂସା ମିଳିବ । ଧନ-ସମ୍ପତ୍ତିରେ ଲାଭ ହେବ । ବେରୋଜଗାର ଲୋକଙ୍କୁ ଚାକିରୀ ମିଳିବ ।

ବୃଷ ରାଶି- ଏହି ରାଶିର ଲୋକଙ୍କ ପାଇଁ ୨୦୨୪ ବେଶ ଲାଭଦାୟକ।  କାହିଁକି ନା ମଙ୍ଗଳ ଗ୍ରହ ଆପଣଙ୍କ ରାଶିରେ ନବମ ସ୍ଥାନରେ ରହିବେ। ଯେଉଁଥିରେ ଆପଣଙ୍କ ଭାଗ୍ୟର ସାଥ୍‌ ମିଳିବ । ଏହା ସହ ସବୁ କାର୍ଯ୍ୟରେ ସଫଳତା ମିଳିବ । କେବଳ ଏତିକି ନୁହେଁ ଧନ-ସମ୍ମାନ ବୃଦ୍ଧି ହେବ । ପରିବାର ସଦସ୍ୟଙ୍କ ସମର୍ଥନ ମିଳିବ ।

ତୁଳା ରାଶି-ଏହି ରାଶିଙ୍କ ପାଇଁ ରାଜଯୋଗ ବେଶ ଶୁଭ ରହିଛି । ମଙ୍ଗଳ ଗ୍ରହର ଗୋଚର ପାଇଁ ତୁଳା ରାଶିରେ ଚତୁର୍ଥ ସ୍ଥାନରେ ରହିବ । ଧନ-ସମ୍ପତ୍ତିରେ ସୁଖ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କର୍ମକ୍ଷେତ୍ରରେ ଉନ୍ନତି ଆସିବ ।  ନୂଆ ଚାକିରି ମିଳିବାର ସମ୍ଭାବନା ରହିଛି।

   Related Posts