Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ନିର୍ଭୟା ଦୋଷୀଙ୍କୁ ଫାଶୀ : ଡେରିରେ ହେଲେ ବି ମିଳିଲା ନ୍ୟାୟ , ନିର୍ଭୟାଙ୍କ ମା ଭାବେ ଗର୍ବିତ ବୋଲି କହିଲେ ଆଶାଦେବୀ

20/03/2020 at 9:37 AM

ନୂଆଦିଲ୍ଲୀ ୨୦।୦୩:  ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମାଲାରେ ଚାରି ଦୋଷୀଙ୍କୁ ଫାଶୀ ଦିଆଯାଇଛି । ଚାରି ଦୋଷୀ ରାମ ସିଂହ, ମୁକେଶ, ପବନ ଗୁପ୍ତା ଓ ବିନୟ ଶର୍ମାଙ୍କୁ ଶୁକ୍ରବାର ଦିନ ତିହାର ଜେଲର ୩ ନମ୍ବର ସେଲରେ ଥିବା ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଛି । ଭୋର ୫ଟା ୩୦ରେ ଦୋଷୀଙ୍କୁ ଫାଶୀ ଦିଆଯାଇଛି। ତେବେ ଚାରି ଦୋଷୀଙ୍କ ଓକିଲ ଫାଶୀକୁ ଟାଳିବା ପାଇଁ ଗୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ପ୍ରୟାସ କରିଥିଲେ ମଧ୍ୟ ସେ ସେଥିରେ ଅସଫଳ ହୋଇଛନ୍ତି । ଦିଲ୍ଲୀ ହାଇକୋର୍ଟ ୪ ଦୋଷୀଙ୍କୁ ଆଶ୍ବସ୍ତି ମିଳିନଥିବା ବେଳେ ସୁପ୍ରିମକୋର୍ଟ ଚାରି ଦୋଷୀଙ୍କ ଡେଥ୍ ଓ୍ବାରେଣ୍ଟକୁ କାୟମ ରଖିଥିଲେ । ଯାହାଫଳରେ ସମସ୍ତ ଚାରି ଦୋଷୀଙ୍କୁ ଫାଶୀ ଦିଆଯାଇଛି । ସେପଟେ ଚାରି ଜଣ ଦୋଷୀଙ୍କୁ ଫାଶୀ ମିଳିବା ପରେ ନିର୍ଭୟାର ମା’ ଆଶାଦେବୀ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ନିଜର ଖୁସି ବ୍ୟକ୍ତ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ନିର୍ଭୟାଙ୍କ ମାଆ କହିଛନ୍ତି ଯେ, ଆଜି ମୋ ଝିଅକୁ ନ୍ୟାୟ ମିଳିଛି । ନିଜର ଝିଅକୁ ତ ବଞ୍ଚାଇପାରିଲିନି କିନ୍ତୁ ତାକୁ ନ୍ୟାୟ ମିଳିଛି । ମୋ ଝିଅ ବଞ୍ଚିଥିଲେ ଜଣେ ଡାକ୍ତର ହୋଇଥାନ୍ତି । କିନ୍ତୁ ଏବେ ସାଧାରଣ ଲୋକେ ମୋତେ ନିର୍ଭୟାର ମା ବୋଲି କହିବେ । ଯାହା ମୋ ପାଇଁ ଗର୍ବର ବିଷୟ । ମୋ ଲଢେଇ ସରିନାହିଁ , ଆଗକୁ ଆହୁରି ଲଢେଇ ରହିବାର ଅଛି । ଦେଶରର ଝିଅମାନଙ୍କ ପାଇଁ ମୋର ସଂଘର୍ଷ ଜାରି ରହିବ । ଆଜି ପରେ ଦେଶର ଝିଅମାନେ ନିଜେ ନିଜକୁ ସୁରକ୍ଷିତ ମନେ କରିବ ।

 ଝିଅର ଫଟୋକୁ କୁଣ୍ଡାଇ ଧରି ସେ କହିଛନ୍ତି, ଆଜି ନ୍ୟାୟ ମିଳିଛି । ନିଜର ଝିଅକୁ ନେଇ ଗର୍ବ କରୁଛି । ଆଜି ଯଦି ସେ ଏଠାରେ ଉପସ୍ଥିତ ଥାଆନ୍ତା, ମୁଁ ଜଣେ ଡାକ୍ତରଙ୍କ ମା’ ଭାବେ ପରିଚିତ ହୋଇଥାନ୍ତି । ଗଣମାଧ୍ୟମ ଆଗରେ ଆଶା ଦେବୀ ଭାବୁକ ହୋଇଯାଇଥିଲେ । ସେ କହିଛନ୍ତି, ଦେଶବ୍ୟାପି ମହିଳାଙ୍କୁ ଅପିଲ କରୁଛି, କୌଣସି ଝିଅଙ୍କ ସହିତ ଅନ୍ୟାୟ ହେଉଥିଲେ, ଏହା ସହିତ ମୁଁ ଅଛି ।  ଇତିହାସରେ ପ୍ରଥମ ଥର ପାଇଁ ୪ ଜଣ ଦୋଷୀଙ୍କୁ ଏକକାଳୀନ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଛି । ମୋର ଝିଅକୁ ବିଳମ୍ବରେ ହେଉ ପଛେ ନ୍ୟାୟ ମିଳିଛି । ଦେଶର ନ୍ୟାୟ ବ୍ୟବସ୍ଥାକୁ ଧନ୍ୟବାଦ ଜଣାଉଛି ।  ଫାଶୀରୁ ବର୍ତ୍ତିବା ପାଇଁ ଦୋଷୀମାନେ ବିଭିନ୍ନ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛି । ଚାରି ଜଣ ଦୋଷୀଙ୍କୁ ଫାଶୀ ମିଳିବା ପରେ ତିହାର ଜେଲ ବାହାରେ ଓ ଆଶା ଦେବୀଙ୍କ ଘର ବାହାରେ ଲୋକମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । 

   Related Posts