ନିଜେ ରକ୍ତ ଦେଇ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର
2/05/2018 at 10:00 PM

ଚିକିତ୍ସାରେ ଅବହେଳାକୁ ନେଇ କେତେବେଳେ ରୋଗୀଙ୍କ ସଂପର୍କୀୟ ଓ ଡାକ୍ତର ମୁହାଁମୁହିଁ ତ ଆଉ କେତେବେଳେ ରୋଗୀ ରିପୋର୍ଟକୁ ନେଇ ଦୁଇ ଡାକ୍ତର ମାର ପିଟ ଓ ଥାନାରେ ମାମଲା।ଏମିତ କିଛି ଅବସ୍ଥା ଏବେ ଜୟପୁର ଡାକ୍ତରଖାନାରେ କିଛି ଦିନ ହେଲା ଦେଖିବାକୁ ମିଳୁଛି।ହେଲେ ଏଥିରେ ବ୍ୟତିକ୍ରମ ସାଜିଛନ୍ତି ଏହି ଡାକ୍ତରଖାନାର ଆଉ ଜଣେ ଡାକ୍ତର ଭୂପତି ଭୂଷଣ ଜେନା।ସେ ଚିକିତ୍ସା କରୁଥିବା ଜଣେ ଗୁରୁତର ମହିଳା ରୋଗୀଙ୍କୁ ନିଜେ ରକ୍ତ ଦାନ କରି ତାଙ୍କର ଜୀବନ ବଂଚାଇବା ସହ ନିଜ ମଣିଷ ପଣିଆର ପରିଚୟ ଦେଇଛନ୍ତି।ଆଉ ତାଙ୍କର ଏପରି ଚିନ୍ତାଧାରକୁ ସବୁଠି ପ୍ରଶଂସା କରାଯାଉଥିବା ବେଳେ ଡାକ୍ତର ଜେନାକୁ ନେଇ ଏବେ ସହର ସାରା ଚର୍ଚ୍ଚା।
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023