scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନିଜ କର୍ମଚାରୀଙ୍କୁ ତ୍ରିରଙ୍ଗା ପତାକା ଦେବ ରେଲୱେ, ଦରମାରୁ କାଟିବ ୩୮ ଟଙ୍କା, କର୍ମଚାରୀ ସଂଘ ରଖିଲା ପ୍ରତିକ୍ରିୟା

7/08/2022 at 4:28 PM

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ୧୩ରୁ ୧୫ ଅଗଷ୍ଟ ଯାଏଁ ହର ଘର ତ୍ରିରଙ୍ଗା ଅଭିଯାନକୁ କାର୍ଯ୍ୟକାରୀ କରାଯିବ । ଏହି ଅଭିଯାନରେ ରେଲୱେର ପ୍ରତ୍ୟେକ କର୍ମଚାରୀ ନିଜ ଘରେ ଜାତୀୟ ପତାକା ଉଡାଇବେ । ଏଥିପାଇଁ ରେଲୱେ ନିଜର ପ୍ରତ୍ୟେକ କର୍ମଚାରୀଙ୍କୁ ଘରେ ଉଡାଇବା ପାଇଁ ତ୍ରିରଙ୍ଗା ଦେବ । ତେବେ ଏଥିପାଇଁ କର୍ମଚାରୀଙ୍କ ଦରମାରୁ ପତାକା ପିଛା ୩୮ ଟଙ୍କା କଟାଯିବ । ତେବେ ରେଲୱେର ଏହି ନିର୍ଦ୍ଦେଶକୁ ୟୁନିୟନର ନେତା ବିରୋଧ କରିଛନ୍ତି ।

ଏବିପି ଲାଇଭରେ ପ୍ରକାଶିକ ରିପୋର୍ଟ ଅନୁସାରେ ଉତ୍ତର-କେନ୍ଦ୍ରୀୟ ରେଲୱେ କର୍ମଚାରୀ ସଂଘର କର୍ମୀ ଏହାକୁ ନେଇ କଡ଼ା ବିରୋଧ କରିଛନ୍ତି । ସଂଘର ମନ୍ତ୍ରୀ ଚନ୍ଦନ ସିଂ କହିଛନ୍ତି ରେଲୱେ କର୍ମଚାରୀ ରାଷ୍ଟ୍ରଭକ୍ତ ଅଟନ୍ତି ଏବଂ ସେ ନିଜ ଟଙ୍କାରେ ନିଜେ ତ୍ରିରଙ୍ଗା ପତାକା କିଣିପାରିବେ । କର୍ମଚାରୀଙ୍କ ଉପରେ ଏହି ନିୟମ ଲାଗୁ କରା ନଯାଉ । ଉଲ୍ଲେଖଯୋଗ୍ୟ ଯେ, ରେଲୱେ କର୍ମଚାରୀଙ୍କ ଦିଆଯାଉଥିବା ତ୍ରିରଙ୍ଗା ଏକ ନିର୍ଦ୍ଦିଷ୍ଟ ଏଜେନ୍ସି ଦ୍ୱାରା ଉପଲବ୍ଧ କରାଯିବ ।

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ ୧୫ରେ ନିଜ ଘରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ସମସ୍ତ ଜୋନାଲ ବୋର୍ଡ, କାରଖାନା, ଆରପିଏଫ ଏବଂ ହସ୍ପିଟାଲ ମ୍ୟାଜେମଣ୍ଟକୁ ଚିଠି ଲେଖି ରେଲୱେ ନିର୍ଦ୍ଦେଶ ଦେଇଛି ।

   Related Posts