ନିଆଳୀରୁ ଜବତ ହେଲା ୩୧ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର, ଦୁଇ ଗିରଫ
8/09/2022 at 5:33 PM

କଟକ, ୦୮/୦୯: କଟକ ଜିଲ୍ଲା ନିଆଳୀ ଥାନା ଅନ୍ତର୍ଗତ ସିଠାଳୋ ଗାଁରୁ ତିନି ଶହ ସାତ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଅଵକାରୀ ଵିଭାଗ। ଜବତ ବ୍ରାଉନସୁଗାରର ମୂଲ୍ୟ ୩୧ଲକ୍ଷ ଟଙ୍କା ହେଵ ଵୋଲି ଅଵକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି । ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏହି ଦୁଇ ଜଣ ପେଶାଦାର ଅଵକାରୀ ଦ୍ରବ୍ୟ ଚାଲାଣ ଅପରାଧି ଵୋଲି ଅଧିକ୍ଷକ ସୂଚନା ଦେଇଛନ୍ତି।
ଅଵକାରୀ ଅଧିକ୍ଷକ ଦେଵାଶିଷ ପଟେଲ କହିଛନ୍ତି, ନିଆଳୀ ଏଵେ ଵେଆଇନ ନିଶା କାରଵାରର ନୂଆ ପେଣ୍ଠସ୍ଥଳୀ ପାଲଟିଛି । ସହରାଞ୍ଚଳରେ ଵ୍ୟାପକ ଧରପଗଡ ହେଵା ପରେ ନିଶା ଵେପାରୀମାନେ ଏଵେ ଗ୍ରାମାଞ୍ଚଳରୁ ନିଶା ବ୍ୟବସାୟ ଚଳାଉଥିବା ଅଵକାରୀ ଅଧିକ୍ଷକ କହିଛନ୍ତି। ଜଵତ ହୋଇଥିଵା ଵ୍ରାଉନସୁଗାର ବାଲେଶ୍ବରରୁ ଜଗତସିଂହପୁର ଦେଇ କଟକ ଜିଲ୍ଲାକୁ ଆସୁଥିଲା ଵୋଲି ଅଵକାରୀ ଵିଭାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ଗତ ପାଞ୍ଚ ମାସ ଭିତରେ କଟକ ଅଵକାରୀ ଵିଭାଗ ତିନି କ୍ବିଣ୍ଟାଲ ଗଞ୍ଜେଇ ଓ ଅଧ କିଲେ ଵ୍ରାଉନସୁଗାର ଜଵତ କରିବା ସହ ଏହି ମାମଲାରେ କୋଡିଏ ଜଣଙ୍କୁ ଗିରଫ କରିଛି।