ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ନାବାଳିକା ଗର୍ଭବତୀ ଘଟଣାରେ ଜି. ଉଦୟଗିରି ଗସ୍ତ କଲେ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟ, ଘଟଣାର କଲେ ସମୀକ୍ଷା

9/10/2022 at 11:04 PM

ଜି. ଉଦୟଗିରି, ୦୯/୧୦: ବେଲଘର ଅଞ୍ଚଳର ଜଣେ ନାବାଳିକା ଗର୍ଭବତୀ ଘଟଣାରେ ଜି. ଉଦୟଗିରି ଗସ୍ତ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟ । ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ସ୍ମୃତି ରେଖା ପଟ୍ଟନାୟକଙ୍କ ବ୍ୟତୀତ ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ ବିଜେପି ନେତୃବୃନ୍ଦ ଏକତ୍ର ହୋଇଥିଲେ ଶୁଭଦ୍ରା ସେବା ସଦନ ଭିତରକୁ ଯାଇ ସେଠାରେ ଥିବା କର୍ମଚାରୀ ଓ ବିଭାଗୀୟ ଅଧିକାରୀଙ୍କୁ ଭେଟି ସମୀକ୍ଷା କରିଛନ୍ତି। ଏଥିପାଇଁ ସରକାର, ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି । ବାରମ୍ବାର କନ୍ଧମାଳ ଜିଲ୍ଲାରେ ଏପରି ଘଟଣା ଘଟିଛି ଏବଂ ଘଟୁଛି । କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର ଶୋଇଛନ୍ତି ବୋଲି କହିଛନ୍ତି ମହିଳା ମୋର୍ଚ୍ଚା ସଦସ୍ୟ । ରାଜ୍ୟରେ ମହିଳାମାନେ ସୁରକ୍ଷିତ ମନେ କରୁନାହାନ୍ତି । ଏଣୁ ସରକାର ଏଥି ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଛି ମୋର୍ଚ୍ଚା ।

   Related Posts