ନାବାଳିକାଙ୍କୁ ଦୁଷ୍କର୍ମ ତାତିରେ ବିଧାନସଭା ହୁଲସ୍ତୁଲ
24/04/2018 at 12:04 AM

ବିଧାନସଭାରେ ନାବାଳିକା ଦୁସ୍କର୍ମ ପ୍ରସଙ୍ଗରେ ହଙ୍ଗାମା । ପ୍ରଶ୍ନକାଳ ଆରମ୍ଭରୁ ଏପ୍ରସଙ୍ଗ ଉଠାଇ ବିରୋଧି ଘେରିଛନ୍ତି ଶାସକ ଦଳକୁ । ଦାବି କରିଛନ୍ତି ନାରୀଙ୍କୁ ସୁରକ୍ଷା ଓ ସମ୍ମାନ ଦେବାରେ ବିଫଳ ମୁଖ୍ୟମନ୍ତ୍ରୀ ଖୋଦ୍ ବିଧାନସଭାରେ ଏନେଇ ବିବୃତି ଦିଅନ୍ତୁ । ସୋରୋ ଓ ନୀଳଗିରି ନାବାଳିକା ଧର୍ଷଣ ମାମଲା ପରେ ସାଲେପୁର, କିଶନନଗର, ଖୁଣ୍ଟୁଣି ଧର୍ଷଣ ପ୍ରସଙ୍ଗ ଏବେ ବିରୋଧିଙ୍କୁ କ୍ଷୁବ୍ଧ କରିଛି । ତେବେ ସରକାରୀ ଦଳ ପକ୍ଷରୁ କୁହାଯାଇଛି, ଦୁସ୍କର୍ମକାରୀଙ୍କ ବିରୋଧରେ ପୋଲି ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛି ।