ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଝିଅ ବାହାଘରରେ ନାଚିଲେ ଟେମଜେନ୍, ଭାଇରାଲ୍‌ ହେଲା ଭିଡିଓ

15/11/2022 at 2:58 PM

ନୂଆଦିଲ୍ଲୀ, ମଜାକିଆ କଥା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଥାନ୍ତି ନାଗାଲାଣ୍ଡ ମନ୍ତ୍ରୀ ଟେମଜେନ୍ ଇମ୍ନା ଆଲଙ୍ଗ। ସୋସିଆଲ ମିଡିଆରେ ତାଙ୍କର ହାସ୍ୟସ୍ପଦ କଥା ଭାଇରାଲ୍‌ ହୋଇଥାଏ। ଏବେ ସେ କିଛି କହିଛନ୍ତି ବୋଲି ନୁହେଁ, ବରଂ ନାଚିବାରୁ ଚର୍ଚ୍ଚାରେ।  ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓଙ୍କ ଝିଅ ବିବାହ ଉତ୍ସବରେ ଧୁମ୍‌ଧାଡାକା ନାଚିଛନ୍ତି ଟେମ୍‌ଜନ୍‌। ଏଥିରେ ସେ ତାଙ୍କର ସୁନ୍ଦର ଷ୍ଟେପ୍‌ ଦେଖାଇଛନ୍ତି। ଗତ ସପ୍ତାହରେ, କ୍ଷେତରେ କାମ କରୁଥିବାବେଳେ ନାଗାଲାଣ୍ଡ କୃଷକଙ୍କ ସଂଘର୍ଷକୁ ଦର୍ଶାଇଥିବା ଏକ ପୋଷ୍ଟ କରିଥିଲେ, ଯାହା ଲୋକଙ୍କର ହୃଦୟ ଜିତିଥିଲା।

ତେବେ ଭାଇରାଲ୍‌ ହେଉଥିବା ଭିଡିଓରେ ମନ୍ତ୍ରୀ ଯେଉଁଭଳି ଭାବେ ନାଚିବାରେ ଲାଗିଛନ୍ତି ସେସବୁ ଦେଖି ଯେ କେହି ଖୁସି ହୋଇଯିବ। ବେଶ୍‌ ଖୁସି ଏବଂ ଆନନ୍ଦରେ ସେ ବିଭିନ୍ନ ଡାନ୍ସ ଷ୍ଟେପ୍‌ କରୁଛନ୍ତି।  ନାଚିବା ସମୟର ଭିଡିଓ ଟ୍ବିଟ୍‌ କରି ସେ କହିଛନ୍ତି, “ଶରୀର ତାହା କହୁଛି ଯାହା ଶବ୍ଦ କହିପାରିବ ନାହିଁ। ମାନ୍ୟବର ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓଙ୍କ ଝିଅ ବିବାହ ଉତ୍ସବରେ ମୁଁ ମଧ୍ୟ କିଛି ଷ୍ଟେପ୍‌ ଲଗାଇଛି।
ଟେମ୍‌ଜେନ୍‌ଙ୍କର ଏହି ଭିଡିଓକୁ ଟ୍ବିଟରରେ ଅନେକ ଲୋକ ଦେଖିଛନ୍ତି ଏବଂ ପସନ୍ଦ ମଧ୍ୟ କରିଛନ୍ତି। ପାଖାପାଖି ୨ ଲକ୍ଷ ଲୋକ ଏହାକୁ ଦେଖିସାରିଲେଣି। ହଜାର ହଜାର ଲୋକ ଏଥିରେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। କିଛି ଲୋକ ଏମିତି ଖୁସ୍‌ ମିଜାଜ ରହିବା ଏକ ଭଲ ଅଭ୍ୟାସ ବୋଲି କହିଥିବା ବେଳେ  କିଛି ଲୋକ ଟେମ୍‌ଜେନ୍‌ଙ୍କର ପ୍ରତିଟି କାର୍ଯ୍ୟ ପସନ୍ଦ ଆସେ ବୋଲି କହିଛନ୍ତି। ଏମିତି ଖୁସିରେ ରହିଲେ ଲୋକେ ଅଧିକ ବର୍ଷ ବଞ୍ଚିବେ।

   Related Posts