ନାଁ ନନେଇ ବିଜେପିକୁ ଟାର୍ଗେଟ କଲେ ଚିରାଗ ପାସଓ୍ବାନ, କହିଲେ- ପ୍ରସ୍ତୁତ ରୁହ,୨୦୨୫ ପୂର୍ବରୁ ହୋଇପାରେ ବିହାର ବିଧାନସଭା ନିର୍ବାଚନ
28/11/2020 at 10:06 PM

ପାଟଣା ୨୮/୧୧ : ଲୋକ ଜନଶକ୍ତି ପାର୍ଟି(ଏଲଜେପି) ପ୍ରତିଷ୍ଠା ଦିବସ ଶନିବାର ପାଳନ କରାଯାଇଛି । ଦଳର ପ୍ରତିଷ୍ଠା ଦିବସରେ ଏଲଜେପି ମୁଖ୍ୟ ଚିରାଗ ପାସୱାନ ପାର୍ଟି କର୍ମୀଙ୍କୁ ଏକ ଚିଠି ଲେଖିଛନ୍ତି । ଚିରାଗ ପାସୱାନ ଏହି ଚିଠିରେ ନାଁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି । ଚିରାଗ ଲେଖିଛନ୍ତି- “ବାପା (ରାମ ବିଳାସ ପାସୱାନ) ଆଉ ଆମ ଗହଣରେ ନାହାଁନ୍ତି, ଯାହାକି ଆମ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି । ତାଙ୍କ ଅନୁପସ୍ଥିତିରେ ଦଳ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ଏହି ନିର୍ବଚନରେ ଦଳକୁ ୨୪ ଲକ୍ଷ ଭୋଟ୍ ଅର୍ଥାତ ପ୍ରାୟ ୬ ପ୍ରତିଶତ ଭୋଟ୍ ପାଇଥିଲା । ଯାହାକି LJP ର ବିସ୍ତାରକୁ ଦର୍ଶାଉଛି । ବିହାରରେ ଦଳ ବିହାର ପ୍ରଥମ ବିହାରୀ ପ୍ରଥମ ସହିତ କିଛି ସାଲିସ କରି ନାହିଁ। “
ଚିରାଗ ପାସୱାନ କହିଛନ୍ତି ନୂଆ ସଦସ୍ୟ ଦଳରେ ଯୋଗଦେବା ପରେ ଦଳ ଆହୁରି ମଜଭୁତ ହୋଇଛି । LJP ସଭାପତି ଚିଠିରେ କହିଛନ୍ତି, “ବିହାର ବିଧାନସଭା ନିର୍ବାଚନକୁ ଯିବା ପୂର୍ବରୁ ଦଳର ଦୁଇଟି ବିକଳ୍ପ ଥିଲା । ୧୫ ଟି ବିଧାନସଭା ଆସନ ସହିତ ଲଢିବା ନଚେତ ମେଣ୍ଟରେ ରହି ପ୍ରତିଦ୍ୱନ୍ଦ୍ୱିତା କରିବା । କିନ୍ତୁ ମେଣ୍ଟରେ ଦଳକୁ ମାତ୍ର ୧୫ ଟି ଆସନ ଦିଆଯାଇଥିଲା ଯାହାକୁ LJP ସଂସଦୀୟ ବୋର୍ଡ ମାନିନଥିଲା । ବୋର୍ଡ ଏଥିରେ ସହମତ ପ୍ରକାଶ କରିନଥିଲା ।

LJP ସଭାପତି କହିଛନ୍ତି ଯେ ବିହାର ବିଧାନସଭା ନିର୍ବାଚନରେ ଦଳ କେବଳ ବିହାର ପ୍ରଥମ ବିହାରୀ ପ୍ରଥମ ରିଜୋଲ୍ୟୁସନ ସହିତ ୧୩୫ଟି ଆସନରେ ପ୍ରାର୍ଥୀ ଦେଇଥିଲା । ତେଣୁ, ଭବିଷ୍ୟତରେ ଆମର ଲକ୍ଷ୍ୟରେ ପହଞ୍ଚିବାରେ ଆମକୁ କୌଣସି ଅସୁବିଧା ହେବନାହିଁ । ଚିରାଗ ପାସୱାନ କହିଛନ୍ତି ଯେ ବିହାର ବିଧାନସଭାର ପରବର୍ତ୍ତୀ ନିର୍ବାଚନ ୨୦୨୫ ପୂର୍ବରୁ ମଧ୍ୟ ହୋଇପାରେ । ଆମେ ସମସ୍ତଙ୍କୁ ବର୍ତ୍ତମାନଠାରୁ ୨୪୩ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ଉଚିତ । LJP ପାର୍ଟି ପ୍ରତିଷ୍ଠାତା ସ୍ବର୍ଗତ ରାମ ବିଳାସ ପାସୱାନଙ୍କ ଆଶୀର୍ବାଦରେ ଆମେ ସମସ୍ତେ ବିହାର ପ୍ରଥମ ବିହାରୀ ପ୍ରଥମ ଲକ୍ଷ୍ୟ ହାସଲ କରିବୁ ବୋଲି ଚିରାଗ ପାସଓ୍ବାନ କହିଛନ୍ତି ।