oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ନର୍ସ ହୋଇ ଗରୀବଙ୍କ ସେବା କରିବାକୁ ଚାହୁଁଛନ୍ତି ୧୨ ବର୍ଷର ଝିଅ ପାଲିନୀ, ପଢା ଖର୍ଚ୍ଚ ଉଠାଇବା ପାଇଁ ବିକୁଛନ୍ତି ଚଣା

3/03/2021 at 12:33 PM

ଝାଡ଼ଖଣ୍ଡ ୦୩/୦୩: ନର୍ସ ହେବାକୁ ଚାହୁଁଥିବା ୧୨ବର୍ଷୀୟା ପାଲିନୀ କୁମାରୀ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କ ମାଙ୍କ ସହ ରାସ୍ତା କଡରେ ଚଣା ବିକ୍ରି କରୁଛନ୍ତି । ପାଲିନୀଙ୍କ ସ୍ୱପ୍ନ ବଡ ହୋଇ ଗରିବଙ୍କ ସେବା କରିବା । ଯାହା ପାଇଁ ସେ ଖୁବ୍ ସଂଘର୍ଷ କରୁଛନ୍ତି ।

PunjabKesari

ଝାଡଖଣ୍ଡର ସିମଡେଗା ର ପାଲିନୀ କୁମାରୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ସେ ଚଣା ବିକ୍ରି କରୁଥିବା ଦେଖାଯାଇଛି । ପାଲିନୀଙ୍କ ଦେଢ ବର୍ଷ ବୟସରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇ ଯାଇଥିଲା । ପିତାଙ୍କ ମୃତ୍ୟୁ ପରେ ପାଲିନୀ ଏବଂ ତାଙ୍କ ମା ସଂଘର୍ଷ କରି ଆସୁଛନ୍ତି ଏବଂ ଉଭୟ ଚଣା ବିକ୍ରି କରି ପେଟ ପୋଷୁଛନ୍ତି । ପାଲିନୀ କହିଛନ୍ତି, ଯେଉଁ ଦିନ ତାଙ୍କର ବିକ୍ରି ହୋଇ ନଥାଏ ସେଦିନ ତାଙ୍କୁ ଭୋକିଲା ଶୋଇବାକୁ ପଡିଥାଏ । ଯଦି ତାଙ୍କ ପିତା ଜୀବିତ ଥାଆନ୍ତେ, ହୁଏତ ତାଙ୍କ ମା ଏବଂ ତାଙ୍କୁ ଏହି କାମ କରିବାକୁ ପଡି ନଥାନ୍ତା ।

PunjabKesari

ପାଲିନୀ ସକାଳେ ପ୍ରଥମେ ସ୍କୁଲକୁ ଯାଇଥାନ୍ତି ଏବଂ ପରେ ଘରକୁ ଆସି ଚଣା ବିକ୍ରି କରଥାନ୍ତି । ସେ ଲାଇନ୍ କନଭେଣ୍ଟ୍ ଶ୍ୟାମଟୋଲିରେ ସପ୍ତମ ଶ୍ରେଣୀରେ ପାଠ ପଢୁଛନ୍ତି  କିନ୍ତୁ ତାଙ୍କୁ ନର୍ସ କରିବା ପାଇଁ ତାଙ୍କ ମା’ଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ ।  ପାଲିନୀ ଷଷ୍ଠରେ ୭୫% ମାର୍କ ରଖି ପାସ୍ କରିଛନ୍ତି । ଆର୍ଥିକ ଅଭାବ କାରଣରୁ ପାଲିନୀଙ୍କ ସ୍ୱପ୍ନ ମରିଯାଉଥିବା ବେଳେ ତାଙ୍କ କାହାଣୀ ସୋସିଆଲ ମିଡିଆରେ ବାହାରିଲା ହେବା ପରେ, ସାହାଯ୍ୟ ପାଇଁ ଅନେକ ହାତ ଆଗକୁ ଆସିଛି ।

Image

ସର୍ବପ୍ରଥମେ, ଆଦାନୀ ଗ୍ରୁପର ଗୌତମ ଆଦାନୀ ପାଲିନୀଙ୍କ ପାଠପଢାର ସମସ୍ତ ଖର୍ଚ୍ଚ ଉଠାଇବାକୁ ପ୍ରତିଶୃତି ଦେଇଥିଲେ । ଆଦାନୀ ଟୁଇଟ୍ କରି କହିଛନ୍ତି, ‘ଏକ ଛୋଟ ଝିଅର ଏତେ ବଡ଼ ଧାରଣା ।  ପୀଲନୀର ଶିକ୍ଷା ପାଇଁ ଦାୟିତ୍ୱ  ଗ୍ରହଣ କରିବା ମୋ ପାଇଁ ସୌଭାଗ୍ୟ ହେବ । ଏହି ଝିଅ ସଶକ୍ତ ଭାରତର ଆଶା ଭରସା । ସେମାନଙ୍କୁ ସୁନ୍ଦର ଭବିଷ୍ୟତ ଦେବା ଆମ ମାନଙ୍କର ଦାୟିତ୍ୱ ।’ ଆଦାନୀ ଗ୍ରୁପ୍ ପାଲିନୀଙ୍କୁ ପ୍ରତି ମାସରେ ୨୫ ହଜାର ଦେବାକୁ କହିଛି ।

PunjabKesari

ଝାଡଖଣ୍ଡର ସିଏମ୍ ହେମନ୍ତ ସୋରେନ ଟ୍ୱିଟ୍ କରି କହିଛନ୍ତି ପାଲିନୀଙ୍କୁ ସମସ୍ତ ସରକାରୀ ଯୋଜନା ଯୋଗାଇ ଦିଆଯିବ ଏବଂ ଉତ୍କୃଷ୍ଟ ଶିକ୍ଷା ପାଇଁ ବ୍ୟବସ୍ଥା ମଧ୍ୟ କରାଯିବ । ଏହା ବ୍ୟତୀତ ରଙ୍ଗଟା ଗ୍ରୁପ୍ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ମଧ୍ୟ ପାଲିନୀଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ଏଥି ସହିତ ଜିଲ୍ଲାର ଡେପୁଟି କମିଶନର ସୁଶାନ୍ତ ଗୌରବ ମଧ୍ୟ ତାଙ୍କ ପରିବାରର ଅବସ୍ଥା ଅନୁଧ୍ୟାନ କରି ସମସ୍ତ ପ୍ରକାର ସାହାଯ୍ୟ କରିବା ପାଇଁ ଏକ ଟିମ୍ ପଠାଇଛନ୍ତି ।

   Related Posts