ନବ ବିବାହିତ ପତ୍ନୀ ହୋଇପାରନ୍ତି ଫେରାର
12/05/2018 at 7:57 AM

ଭଦ୍ରକ: ବାହା ହେବାପାଇଁ କନ୍ୟା ପସନ୍ଦ କରିସାରିଛନ୍ତି କି ? ତାହେଲେ ବିବାହପୂର୍ବରୁ ପୁଣି ଥରେ କନ୍ୟାକୁ ଭେଟନ୍ତୁ ଆଉ ଜାଣିବାକୁ ଚେଷ୍ଟା କରନ୍ତୁ ସେ ଆପଣଙ୍କୁ ବିବାହ କରି ଜୀବନ କଟାଇବାକୁ ଚାହାନ୍ତି କି ନାହିଁ। ଘର ଲୋକେ ତାଙ୍କୁ ଯୋର ଜବରଦସ୍ତ ତାଙ୍କ ସହ ବାହା କରିଦେଉନାହାଁନ୍ତି ତ ? ଏ ପରାମର୍ଶ ଦେବାର କାରଣ ହେଉଛି, ଏତକ କଥା ଯଦି ଜାଣିପାରିବେନି ତାହେଲେ ଆପଣ କ୍ଷତିରେ ପଡିବା ଆଶଂକା ରହିଛି । ହୁଏତ ବିବାହ ବେଦୀରୁ କନ୍ୟା ଫେରାର ହୋଇଯାଇପାରେ ବା ଅଷ୍ଟମଂଗୁଳା ସରୁ ସରୁ ନିଜ ପ୍ରେମିକ ସହ ଫେରାର ହୋଇଯାଇପାରେ । ଆପଣ ଖାଲି ଭକୁଆ ହେବା ସାର ହେବ । ବିବାହ ପାଇଁ କରିଥିବା ଖର୍ଚ୍ଚ ପାଣିରେ ପଡିବ , ପରିଶ୍ରମ ବେକାର ଯିବ । ଆମେ ଏକଥା ମନକୁ ମନ କହୁନୁ । ଏମିତି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁଷୁରୀ ନିକଟସ୍ଥ ଉଚ୍ଚୁପଦା ଗାଁରେ । ଉଚ୍ଚୁପଦାର ନିମାଇ ପଣ୍ଡା କିଛିଦିନ ତଳେ ବିବାହ କରିଥିଲେ ନିକଟସ୍ଥ ଗେଲପୁର ଗାଁର ବନ୍ୟାରାଣୀ ପଣ୍ଡାଙ୍କୁ । ବିବାହର ଦୁଇଦିନ ପରେ ରିସିପସନ୍ ହୋଇଥିଲା । ସବୁ ଠିକ ଚାଲିଥିଲା । ନବବିବାହିତ ନିମାଇ ଖୁସୀଥିଲେ । ଅଷ୍ଟମଂଗୁଳା ଗଲା । ଘରୁ ମଧ୍ୟ ବନ୍ଧୁବାନ୍ଧବ ବିଦାୟ ନେଇସାରିଥିଲେ । ବିବାହ ଯୋଗୁଁ ତାଙ୍କ ପାଠପଢାରେ ଡୋରୀ ବଂଧାହେଇଗଲା ବୋଲି ଅନୀତା ସ୍ବାମୀଙ୍କୁ କହିଲେ ଆଉ ପୁଣି ରି ଆଡମିସନ ପାଇଁ ଅନୁମତି ଦେବାକୁ ଅନୁରୋଧ କଲେ । ନବ ବିବାହିତ ପତ୍ନୀଙ୍କ ଅନୁରୋଧକୁ ଭାଙ୍ଗି ପାରିଲେନି ନିମାଇ । ନିଜେ ମଟରସାଇକଲରେ ବସାଇ ବନ୍ୟାଙ୍କୁ ନେଇଗଲେ କଲେଜକୁ । ଆଡମିସନ ପ୍ରକ୍ରୀୟା ଦୁଇ ଘଣ୍ଟା ଲାଗିବ । ସେଥିପାଇଁ ବୁଲା ବୁଲି କରି ଦୁଇ ଘଣ୍ଟା ପରେ ଆସିବା ପାଇଁ ସ୍ବାମୀଙ୍କୁ କହିଥିଲେ ବନ୍ୟା । ବାସ୍ । ଏଇଠି ଆସିଲା କାହାଣୀରେ ଟୁଇଷ୍ଟ ଆଉ କ୍ଲାଇମେକ୍ସ । ଦୁଇଘଣ୍ଟାପରେ ନିମାଇ କଲେଜକୁ ଆସି ବହୁ କୋଜା ଖୋଜି କରିବାପରେ ମଧ୍ୟ ବନ୍ୟାଙ୍କୁ ପାଇନଥିଲେ । ଚାରିଆଡେ ଚାଲିଲା ଖୋଜା ଖୋଜି । ପୋଲିସ ଥାନାରେ ଦିଆଗଲା ଖବର । ହେଲେ ମିଲିଲାନି ସୁଫଳ । ଘଟଣାର ୧୨ ଘଣ୍ଟାପରେ ନିମାଇଙ୍କ ପାଖକୁ ଆସିଲା ବନ୍ୟାଙ୍କ ଫୋନ୍ । ‘’ମୁଁ ମୋ ପ୍ରେମିକଙ୍କ ସହ ପଳେଇ ଆସିଛି । ମୋର କମ କରିବ କର । ମୋ ନାଁରେ ପୋଲିସରେ ଏତଲା ଦିଅ କି ଆମ ଘର ଲୋକଙ୍କ ପାଖରେ ଅଭିଯୋଗ କର… ମୋର ଯାଏ ଆସେ ନାହିଁ । ମୁଁ ଆଉ ତମ ପାଖକୁ ଫେରିବିନି । ରି ଆଡମିଶନ ଥିଲା ବାହାନା । ଅସଲ କଥା ହେଲା ମୁଁ ରି ମ୍ୟାରେଜ କରିବାକୁ ଯାଉଛି । “ େବେ ନିମାଇ କଣ କରିବେ କରିପାରୁନାହାଁନ୍ତି ଚିନ୍ତା । ଆଗରୁ ସତର୍କ ହେଇତିଲେ ହୁଏତ ଧନ ହାନୀ, ମାନ ହାନୀ, ପ୍ରାଣପୀଡାରୁ ବଂଚିଯାଇଥାନ୍ତେ ।…