ନବରଙ୍ଗପୁରରେ ଉତ୍କଟ ଜଳ ସଙ୍କଟ
16/05/2018 at 10:33 AM

ନବରଙ୍ଗପୁର କୋଷାଗୁମୁଡା ବ୍ଲକ ନେଙ୍ଗାନାଳ ଗାଁରେ ଉତ୍କଟ ଜଳ ସଙ୍କଟ । ରାତି ପାହିଲେ ଲୋକଙ୍କୁ ଘାରେ ପାଣି ଚିନ୍ତା । ହାତରେ ହାଣ୍ଡି ଡେକଚି ଧରି ଗାଁ ଠାରୁ ୧କିଲୋମିଟର ଦୂରରେ ଥିବା ପୋଖରୀକୁ ଯାଆନ୍ତି ଗାଁର କୁନି କୁନି ପିଲାଙ୍କ ଠାରୁ ଆରମ୍ଭ କରି ମହିଳା ଓ ବୃଦ୍ଧା । ଉଭୟ ମଣିଷ ଓ ପଶୁଙ୍କ ପାଇଁ ଏକମାତ୍ର ସାହାରା ଏହି ପୋଖରୀ । ଗାଁରେ ଥିବା କୂଅରୁ ପାଣି ଶୁଖିଯାଇଥିବାବେଳେ ନଳକୂଅ ଅଚଳ । ବାଧ୍ୟ ହୋଇ ଦୂଷିତ ପୋଖରୀ ପାଣିକୁ ବ୍ୟବହାର କରୁଛନ୍ତି ଲୋକେ ଆଉ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ।