ନକଲି ଗୁଟଖା ଫେକ୍ଟ୍ରି ଠାବ
4/06/2018 at 11:38 PM

ଜୟପୁର ଗାନ୍ଧିଛକ ନିକଟସ୍ଥ ଡଂଗାଗୁଡାରେ ନକଲି ଗୁଟଖା ଫେକ୍ଟ୍ରି ଠାବ। ଦୀର୍ଘଦିନ ହେବ ଏକ ପରିତ୍ୟକ୍ତ ଘରେ ଏହି ନକଲି ଗୁଟଖା ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ଏହାର ଟେର୍ ପାଇନଥିଲା। ହେଲେ ନ୍ୟୁଜ୭ ଏହାକୁ ଠାବ କରିବା ସହ ଏହାର ସିଧା ପ୍ରସାରଣ କରିବା ପରେ ଆକ୍ସନ ମୋଡକୁ ଆସିଥିଲା ପ୍ରଶାସନ। ଟାଉନ ଥାନା ପୋଲିସ ସହ ଜୟପୁର ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଁଞ୍ଚି ଏହି ଫେକ୍ଟ୍ରିକୁ ସିଲ୍ କରିବା ସହ ନକଲି ଗୁଟଖା ପ୍ରସ୍ତୁତି ପାଇଁ ଥିବା କଂଚା ମାଲ ଓ ମେସିନକୁ ଜବତ କରିଥିବା ବେଳେ ଘର ମାଲିକଙ୍କୁ ଅଟକ ରଖିଛି।
Related Posts
ରାମ ନବମୀ, ଭଦ୍ରକରେ ହେବ ବିଶାଳ ଶୋଭାଯାତ୍ରା
30 March 2023
ପବିତ୍ର ଶ୍ରୀରାମ ନବମୀ, ଶ୍ରୀମନ୍ଦିରରେ ରାମଜନ୍ମ ନୀତି
30 March 2023