ଧରା ହେଲା ସୁନା !!
7/05/2018 at 10:40 AM

ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଜବତ । ଏଥର ୫କେଜି ୮୮୦ ଗ୍ରାମର ସୁନା ଜବତ କରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ । ଜବତ ସୁନାର ଆନୁମାନିକ ମୂଲ୍ୟ ୧କୋଟି ୮୨ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ୩ଜଣ ଯୁବକଙ୍କୁ ଅଟକ ରଖାଯାଇଛି । ଅଟକ ଯୁବକ ସମସ୍ତେ ପ୍ରବାସୀ ଭାରତୀୟ । ସୁନା ବିସ୍କୁଟକୁ ଜୋତା ଭିତରେ ଲୁଚାଇ ରଖିଥିଲେ । ସେଲୋଟେପରେ ସୁନା ବିସ୍କୁଟକୁ ପାଦରେ ଗୁଡାଇ ରଖିଥିଲେ । କ୍ବାଲାଲମ୍ପପୁରରୁ ଭୁବନେଶ୍ବର ଦେଇ କୋଲକାତା ଯାଇଥାନ୍ତେ ସମ୍ପୃକ୍ତ ଯୁବକ । ତେବେ ଭୁବନେଶ୍ବର ବିମାନ ବନ୍ଦରରେ ସେମାନଙ୍କୁ ଧରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ।