+2ରେ କମ୍ ମାର୍କ, କନ୍ୟା ସହ ବାହାଘର ଭାଙ୍ଗିଦେଲା ବର
15/03/2023 at 10:51 PM

ନୂଆଦିଲ୍ଲୀ, ୧୫/୦୩: ଅନେକ ସମୟରେ ଯୌତୁକ ପାଇଁ ବାହାଘର ଭାଙ୍ଗିଥିବା କଥା ଆପଣ ଶୁଣିଥିବେ। ଯୌତୁକ ନଦେଇପାରିଲେ ବରପକ୍ଷ ବିବାହ କରାଇବାକୁ ମନା କରିଦେଇଥାନ୍ତି। ତେବେ ଏହା ଆମ ଭାରତରେ କିଛି ନୂଆ କଥା ନୁହେଁ। କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବର କନ୍ୟାର ଦ୍ବାଦଶ ମାର୍କ ପାଇଁ ବିବାହର ଭାଙ୍ଗିଛନ୍ତି।
ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶ କନୌଜର ତ୍ରିଭା କେଟଓ୍ବାଲି। ଏଠାରେ ଜଣେ ବର କନ୍ୟାର ଦ୍ବାଦଶ ମାର୍କ କମ୍ ଥିବାରୁ ବିବାହ ଭାଙ୍ଗିଦେଇଛନ୍ତି। ସେପଟେ କନ୍ୟାପିତା ଏନେଇ ପୋଲିସ୍ରେ ଅଭିଯୋଗ କରିଛନ୍ତି ଯେ ଯୌତୁକ ନଦେଇପାରିବାକୁ ଏଭଳି ବାହାନା କରି ସେମାନେ ବିବାହ ଭାଙ୍ଗିଛନ୍ତି।
ଅଭିଯୋଗ ଅନୁଯାୟୀ, କନ୍ୟାଙ୍କର ବିବାହ ବଗନଓ୍ବା ଗ୍ରାମର ରାମଶଙ୍କରଙ୍କ ପୁଅ ସୋନୁ ସହ ହେବାର ଥିଲା। ଏମିତିକି ଗତ ବର୍ଷ ଡିସେମ୍ବର ୪ ତାରିଖରେ ବିବାହର ସବୁ ରୀତିନୀତି ମଧ୍ୟ ସରିଥିଲା। କନ୍ୟାଙ୍କ ପିତା ଅଭିଯୋଗ କରିଛନ୍ତି ସେ ବିବାହ ପାଇଁ କରାଯାଇଥିବା ସବୁ ରୀତିନୀତିରେ ୬୦ ହଜାର ଖର୍ଚ୍ଚ କରିଥିଲେ। ଏହହା ସହ ୧୫ ହଜାର ଟଙ୍କାର ଏକ ସୁନା ମୁଦି ମଧ୍ୟ ଦେଇଥିଲେ।
କିନ୍ତୁ ଏହାର କିଛି ଦିନ ପରେ ବର ପରିବାର ଅଧିକ ଯୌତୁକ ମାଗିଥିଲେ। ତେବେ ଯୌତୁକ ନଦେଇପାରିବାରୁ ସେମାନେ ଝିଅର ମାର୍କ କମ୍ ଥିବା ଦର୍ଶାଇ ବିବାହ ଭାଙ୍ଗିଥିବା ନେଇ ଅଭିଯୋଗ କରିଛନ୍ତି କନ୍ୟାପିତା। ପୋଲିସ୍ ଘଟଣାରେ ସାମାଧାନ କରିବାକୁ ଚେଷ୍ଟା କରୁଛି।