ଦେବଗଡ଼ ଥାନା ମହାଜନମୁଣ୍ଡା ଗାଁରେ ପଥର ବ୍ଲାଷ୍ଟିଂକୁ ନେଇ ଉତ୍ତେଜନା
21/05/2018 at 7:33 AM

ଦେବଗଡ଼ ଥାନା ମହାଜନମୁଣ୍ଡା ଗାଁରେ ପଥର ବ୍ଲାଷ୍ଟିଂକୁ ନେଇ ଉତ୍ତେଜନା । ପଥର ଖାଦାନରେ ବେଆଇନ ଭାବେ ଦିନବେଳେ ଡିନାମାଇଟ୍ ଲଗାଇ ବ୍ଲାଷ୍ଟିଂକୁ ବିରୋଧ କରିଛନ୍ତି ଗ୍ରାମବାସୀ । ସ୍ଥାନୀୟ ଅଞ୍ଚଳରେ ପଥର ଖାଦାନରୁ ପଥର ଖୋଳୁଛି ଓରିଏଣ୍ଟାଲ ନାମକ ଏକ କମ୍ପାନୀ । ତେବେ ଆଜି ଶତାଧିକ ସ୍ଥାନୀୟ ବାସିନ୍ଦା ଦିନ ବେଳେ ବ୍ଲାଷ୍ଟିଂଙ୍କୁ ବିରୋଧ କରିଛନ୍ତି । ବ୍ଲାଷ୍ଟିଂ ଯୋଗୁଁ ପ୍ରବଳ ବିସ୍ଫୋରଣ ଶଦ୍ଦ ହେବା ସହିତ ପଥର ଖଣ୍ଡ ଜନବସତି ମଧ୍ୟରେ ପଡ଼ୁଛି । ଯାହା ସ୍ଥାନୀୟ ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଛନ୍ତି ଜନସାଧାରଣ । ଉତ୍ତେଜନା ପରେ ଘଟଣାସ୍ଥଳକୁ ଯାଇଥିବା କମ୍ପାନୀର ବରିଷ୍ଠ ଅଧିକାରୀ ଜିତେନ୍ଦ୍ର ସିଂଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ଉତ୍ତେଜନା ସସ କମ୍ପାନୀ ବିରୋଧରେ ନାରାବାଜି କରୁଛନ୍ତି.