suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦୁଇ ନାଇଜେରିଆନଙ୍କୁ ଭାରତ ଛାଡ଼ିବାକୁ ନୋଟିସ

14/06/2018 at 12:07 AM

ନାଇଜେରିଆ ନାଗରିକ ଅଟକ ଘଟଣାରାରେ ନୋଟିସ ଜାରି କଲା କମିଶନରେଟ ପୋଲିସ। ତୁରନ୍ତ ଭାରତ ଛାଡିବା ନେଇ ଲିଭ ଇଣ୍ଡିଆ ନୋଟିସ ଜାରି କରିଛି ପୋଲିସ। ନାଇଜେରିଆନ ଦୂତାବାସକୁ ମଧ୍ୟ ଏହାକୁ ନେଇ ସୂଚନା ଦିଅଯାଇଛି। ଚଳିତ ଜୁନ ୧୬ ତାରିଖ ସୁଦ୍ଧା ଭାରତ ଛାଡିବା ପାଇଁ କୁହାଯାଇଛି। ନାଇଜେରିଆନ ଦୂତାବାସର ବରିଷ୍ଠ ଅଧିକାରୀଙ୍କ କମିଶନରେଟ ପୋଲିସ ଆଲୋଚନା ହୋଇଥିବା ଭୁବନେଶ୍ବର ଡିସିପି ଆଜି ସୂଚନା ଦେଇଛନ୍ତି। ବିଜନେସ ଭିସାରେ ଆସି ଉକ୍ତ ନାଇଜେରିଆନ ନାଗରିକ ଭୁବନେଶ୍ବରରେ ରହୁଥିଲେ। ଏହାକୁ ନେଇ ନେଇ ବିଧିବଦ୍ଧ ତଦନ୍ତ ହୋଇଛି। ସେ ଯେଉଁ ବିଜନେସ ଭିସାରେ ଆସି ଏଠାରେ ରହୁଥିଲେ ତାର ଅବିଧି ସରିଯାଇଥିଲା। ତା ସତ୍ୱେ ମଧ୍ୟ ସେ ନିୟମ ଉଲଂଘନ କରି ଏଠାରେ ରହୁଥିଲେ ବୋଲି ଡିସିପି କହିଛନ୍ତି।

   Related Posts