ଦିଲ୍ଲୀ ଏମ୍ସରୁ ଲାଲୁ ଯାଦବଙ୍କୁ ଡିସଚାର୍ଜ ପରେ ବିବାଦ
1/05/2018 at 12:18 AM

ଦିଲ୍ଲୀ ସ୍ଥିତି ଅଲଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସରୁ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଡିସଚାର୍ଜ କରାଯିବା ପରେ ଆରମ୍ଭ ହୋଇଛି ବିବାଦ । ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ଯାଦବଙ୍କୁ ସ୍ୱାସ୍ଥ୍ୟଗତ କାରଣରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତୀ କରାଯାଇଥିଲା ।ରାଞ୍ଚି ମେଡିକାଲ କଲେଜରୁ ତାଙ୍କୁ କିଛି ଦିନ ତଳେ ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ଆଜି ତାଙ୍କୁ ଦିଲିଲୀ ଏମ୍ସରୁ ଡିସଚାର୍ଜ କରାଯାଇଛି । ତେବେ ଚିକିତ୍ସାଧିନ ଲାଲୁ ଯାଦବଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଭେଟିବାର କିଛି ସମୟପରେ ଏମ୍ସ କର୍ତ୍ତୁପକ୍ଷ ଲାଲୁଙ୍କ ସ୍ୱାସ୍ଥ୍ୟ ସଂପର୍କୀତ ଏକ ବିଜ୍ଞପ୍ତି ଜାରି କରିବା ଏବଂ ତାଙ୍କୁ ଡିସାଚାର୍ଜ କରାଯିବା ଘଟଣାରୁ ସନ୍ଦେହ ବଢିଛି । ଏକ ବିଜ୍ଞପ୍ତିରେ ଏମ୍ସ ପକ୍ଷରୁ କୁହାଯାଇଥିଲା ଯେ, ଆରଜେଡି ସୁପ୍ରିମୋଙ୍କ ସ୍ବାସ୍ଥ୍ୟରେ ଉଲ୍ଲେଖନୀୟ ଭାବେ ଉନ୍ନତି ଘଟିଛି ଏବଂ ତାଙ୍କୁ ରାଞ୍ଚି ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି । କିନ୍ତୁ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି ଲାଲୁ ଯାଦବ । ସେ କହିଛନ୍ତି , ରାଜନୈତୀକ ଅସୂୟା କାରଣ ରଖି ଏପରି ପଦକ୍ଷେପ ନିଆଯାଇଛି । ତାଙ୍କ ଜୀବନ ପ୍ରତି ବିପଦ ଥିବା ଦରଶାଇ ସେ କହିଛନ୍ତି ରାଞ୍ଚି ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ସୁଯୋଗ ନଥିବା ବେଳେ, ତାଙ୍କୁ କିଛି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ସ୍ଥାନାନ୍ତର କରାଯାଉଛି ।