ଦିନ ଦ୍ୱିପହରେ ଲୁଟିନେଲେ ୬ ଲକ୍ଷରୁ ଅଧିକ ଟଙ୍କା
16/06/2018 at 11:00 PM

ମାରିଲେ ଓ ଲୁଟିଲେ। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଦେଓଗାଁ କଲୋନି ଛକ ଠାରେ। ଆଜି ଦେଓଗାଁ ସାରସମାଲ ଗାଁ ରେ ଥିବା ମଦଭାଟି ମ୍ୟାନେଜର ବଲାଙ୍ଗୀରକୁ ବାଇକ ଯୋଗେ ଆସୁଥିବା ବେଳେ ତାଙ୍କୁ ୩ ଜଣ ମୁଖା ପିନ୍ଧା ଦୁବୃତ୍ତ ଆକ୍ରମଣ କରିଛନ୍ତି। ମାଡ ମାରିବା ସହ ତାଙ୍କ ଠାରୁ ଲୁଟି ନେଇଛନ୍ତି ୩ ଲକ୍ଷ ୩୧ ହଜାର ଏକ ଶହ ଟଙ୍କା। ତେବେ ଟଙ୍କା ଧରି ବଲାଙ୍ଗୀର ଭାଟି କୁ ଆସୁଥିବାର ଜଣାପଡିଛି। ପ୍ରଥମେ ପଛପଟୁ ମାଡ ମାରିବା ପରେ ତଳେ ପଡିଯାଇଥିଲେ ମେନେଜର ଜଣକ। ପରେ ତାଙ୍କୁ ଗୁରୁତର ଭାବରେ ମାଡ ମାରି ଲୁଟ କରି ଫେରାର ମାରିଥିଲେ ଦୁବୃତ୍ତ। ଏନେଇ ଦେଓଗାଁ ଫାଣ୍ଡିରେ ଏକ ଏତଲା ଦେଇଛନ୍ତି ଭାଟି ମ୍ୟାନେଜର। ମାଡ ଖାଇ ଗୁରୁତର ଥିବାରୁ ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ତାଙ୍କ ପ୍ରାଥମିକ ଚିକିତ୍ସା କରି ଛାଡିଛନ୍ତି ଡାକ୍ତର। ବର୍ତ୍ତମାନ ବଲାଙ୍ଗୀର ଜିଳ୍ଲାରେ ଲୁଟ ବଢିବାରେ ଲାଗିଥିବା ବେଳେ । ଦେଓଗାଁ ଅଞ୍ଚଳରେ ଏଭଳି ୫ ଟି ମାମଲା ରୂଜୁ ହୋଇଛି ପୋଲିସ ପାଖରେ । ତେବେ କିଏ ଏ ସବୁ ଦୁବୃତ୍ତ ? କିଭଳି ଭାବରେ ଏମାନେ ଲୁଟ କରୁଛନ୍ତି ? ତାହାର ଟେର ମଧ୍ୟ ଆଜି ଯାଏଁ ପୋଲିସ ପାଇନାହିଁ। କେବଳ ଅନ୍ଧାରରେ ବାଡି ବୁଲାଇବାରେ ଲାଗିଛି ପୋଲିସ। ସେପଟେ ଏ ଘଟଣାର ମଧ୍ୟ ମାମଲା ରୂଜୂ କରି ଛାନ ଭିନ ଆରମ୍ଭ କରିଛି ଦେଓଗାଁ ପାଣ୍ଡି ପୋଲିସ।