ଦାଦାବଟିକୁ ନେଇ ଠିକାଦାରଙ୍କ ଘର ଉପରକୁ ବୋମାମାଡ
19/05/2018 at 4:37 AM

ଦାଦାବଟିକୁ ନେଇ ଠିକାଦାରଙ୍କ ଘର ଉପରକୁ ବୋମାମାଡ । ପରେ ଘଟଣାସ୍ଥଳକୁ ଯାଇଥିବା ପିସିଆର ଭ୍ୟାନ ଉଉପକୁ ବୋମାମାଡ କରି ଦୁର୍ବୃତ୍ତ ଫେରାର । କଟକ ସଦର କୁରୁଣ୍ଟି ଗ୍ରାମର ଠିକାଦାର ଆଲୋକେନ୍ଦୁ ଦାଶ ଏକ ଗୃହ ନିର୍ମାଣ କାର୍ଯ୍ୟକୁ ନେଇ ପ୍ରଥମେ ଦୁବୁର୍ତ୍ତ ମାନେ ୫୦,୦୦୦ହଜାର ଟଙ୍କା ଦାଦାବଟି ମାଗିଥିଲେ । ବଟି ନଦେବାରୁ ଶୁକ୍ରବାର ବିଳମ୍ବିତ ରାତିରେ କଟକ ସଦର ବ୍ରାହ୍ମଣ ଝରିଲୋ ଗାଁରେ ଯୁଗା ଓ ବାବୁନା ତାଙ୍କ ଘରକୁ ବୋମା ଫିଙ୍ଗିଥିଲେ । ଏନେଇ ଠିକାଦାର କଟକ ସଦର ଥାନାରେ ଏତେଲା ଦେଇଛନ୍ତି । ପୋଲିସ ଖବର ପାଇଁ ପିସିଆର ଭ୍ୟାନ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେବେ ଦୁର୍ବୃତ୍ତ ମାନେ ପିସିଆ ଭ୍ୟାନ ଉପରକୁ ମଧ୍ୟ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ । ବୋମାମାଡରେ ପୋଲିସ ଭ୍ୟାନ୍ କ୍ଷତିଗସ୍ତ ହେବାସହ ୨ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରୁ ଏକ୍ ବାଇକ୍ ଜବତ କରିବାସହ ଦୁର୍ବୃତ୍ତ ମାନଙ୍କୁ ଧରିବାକୁ ତନାଘନା ଚଳାଇଛି.