ଡିଗ୍ରୀ ନଥାଇ ପାଉଛନ୍ତି ମୋଟା ଅଙ୍କର ଦରମା, ବର୍ଷକୁ ରୋଜଗାର ୨କୋଟିରୁ ଉର୍ଦ୍ଧ୍ବ
4/06/2023 at 3:22 PM

ନୂଆଦିଲ୍ଲୀ ୦୪।୦୬: ଆମେ ସମସ୍ତେ ଜାଣିଛେ ଭଲ ଏବଂ ମହଙ୍ଗା ଡିଗ୍ରୀ ଥିବା ବ୍ୟକ୍ତିଙ୍କୁ ମିଳିଥାଏ ଭଲ ଚାକିରୀ । କିନ୍ତୁ ଜଣେ ବ୍ୟକ୍ତି ଏପରି ଅଛନ୍ତି ଯାହାଙ୍କ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ବ୍ୟକ୍ତିଙ୍କ ପାଖରେ ନାହିଁ କୌଣସି ବିଶ୍ବ ବିଦ୍ୟାଳୟର ଡିଗ୍ରୀ । କିନ୍ତୁ ଗୋଟିଏ ବର୍ଷରେ ସେ ଏତେ ରୋଜଗାର କରିଛନ୍ତି ଯେ ସେ ଏବେ ବିଳାସପୂର୍ଣ୍ଣ ସ୍ଥାନରେ ଛୁଟି କାଟୁଛନ୍ତି ।
ରିପୋର୍ଟ ଅନୁଯାୟୀ ଏହି ବ୍ୟକ୍ତିଙ୍କ ନାଁ ହେଉଛି ଷ୍ଟିଫେନ୍ ଫ୍ରାଏ । ସେ ଏପରି ଏକ କାମ କରନ୍ତି ଯାହାକୁ କେହି କରିବାକୁ ଚାହାଁନ୍ତି ନାହିଁ | କୌତୁହଳର ବିଷୟ ଏହା ଯେ ସେ ଏହି ଚାକିରିରୁ ଏତେ ରୋଜଗାର କରନ୍ତି ଯେ ଯାହାକୁ ପାଇବାକୁ ସେ କେବେ ସ୍ବପ୍ନରେ ବି ଭାବିନଥିବେ ।
୩୯ ବର୍ଷର ଷ୍ଟିଫେନ୍ ଫ୍ରାଏଙ୍କର ପିଲାଦିନ ଭଲ ନଥିଲା । ସେ ପ୍ଲମ୍ବର ଭାବରେ ଆରମ୍ଭ କରିଥିଲେ କାମ । ଷ୍ଟିଫେନ୍ ୨୦-୨୫ ବର୍ଷ ବୟସରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ୧୦ ବର୍ଷ ପୂର୍ବେ ପିମିଲିକୋ ପ୍ଲମ୍ମର୍ସରେ ଯୋଗ ଦେଇଥିଲେ । ବର୍ତ୍ତମାନ ସେ ଏହାର ସର୍ବାଧିକ ରୋଜଗାର କରୁଥିବା ସଦସ୍ୟ । ସେ ସକାଳ ୮ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏବଂ ପୁରା ସପ୍ତାହରେ ମୋଟ ୫୮ ଘଣ୍ଟା କାମ କରନ୍ତି । ଷ୍ଟିଫେନ୍ କୁହନ୍ତି ସେ ତାଙ୍କ କାମରେ ବେଶ୍ ଖୁସି ଅନୁଭବ କରନ୍ତି । ସେ ଗୋଟିଏ ବର୍ଷରେ ୨ କୋଟି ୧୬ ଲକ୍ଷ ଟଙ୍କା ରୋଜଗାର କରନ୍ତି ।
ପ୍ଲମ୍ମର ଚାକିରିରେ ଏତେ ଅଧିକ ଦରମା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ । କହିରଖୁଛୁ କି ଚାକିରି ସାଇଟ Adzuna ବ୍ରିଟେନରେ ପ୍ରାୟ ୨୦ ଟି ଚାକିରି ବିଷୟରେ କହିଛି, ଯେଉଁଥିରେ କୌଣସି ଡିଗ୍ରୀ ନଥାଇ ଜଣେ ବ୍ୟକ୍ତି ଆରାମରେ ରୋଜଗାର କରିପାରିବ ୩୪ ଲକ୍ଷ ଟଙ୍କା । ଯଦିଓ ଲୋକଙ୍କ ଧାରଣା ରହିଛି ଯେ କେବଳ ଆଇଟି କ୍ଷେତ୍ରରେ ଅଧିକ ବେତନ ମିଳିଥାଏ ।
କିନ୍ତୁ ସେଠାରେ ଅନେକ ଚାକିରୀ ଅଛି, ଯେଉଁଥିରେ କମ୍ପ୍ୟୁଟର ସାଇନ୍ସରେ ବେସିକ୍ ଡିଗ୍ରୀ ବିନା ହିଁ ଅଧିକ ବେତନ ମିଳିଥାଏ । ଏଗୁଡ଼ିକରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର, ଟ୍ରେନ୍ ଡ୍ରାଇଭର ଏବଂ କମର୍ସିଆଲ୍ ପାଇଲଟ୍ ପରି ଭୂମିକା ଅନ୍ତର୍ଭୁକ୍ତ ରହିଥାଏ ।
You Can Read: