oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଡାକ୍ତରଖାନାରେ ଡାକ୍ତରଙ୍କ ସହ ବୁଲୁଛନ୍ତି ଦଲାଲ, ରୋଗୀଙ୍କୁ ବେସରକାରୀ କ୍ଲିନିକ୍‌ ନେଇ କରୁଛନ୍ତି ଶୋଷଣ

2/01/2022 at 4:02 PM

ଉଦଳା, ୦୨/୦୧: ଡାକ୍ତରଖାନା ଭିତରେ ବୁଲୁଛି ଦଲାଲ । ଡାକ୍ତରଙ୍କ ପାଖରେ ବୁଲୁଥିବା ବେଳେ ଡାକ୍ତର ରୋଗୀଙ୍କୁ ପରୀକ୍ଷା କରିବାକୁ ଚିଠା ଦେବା ମାତ୍ରେ ଏମାନେ ଜବରଦସ୍ତି ରୋଗୀକୁ ନେଇ ବେସରକାରୀ କ୍ଲିନିକ୍‌ରେ ପରୀକ୍ଷା କରାଇ ବେଶ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି । ଏଥି ସହିତ କିଛି କ୍ଲିନିକ୍‌ ମାଲିକ ମଧ୍ୟ ଏଥିରୁ ମାଲାମାଲ୍‌ ହେଉଛନ୍ତି । ଏଭଳି ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି ଉଦଳା ବ୍ଲକ୍‌ ଉପଖଣ୍ଡ ଚିକିତ୍ସାଳୟରୁ ।

ଡାକ୍ତରଖାନାରେ ମାଳ ମାଳ ଦଲାଲ ବୁଲୁଥିବା ବେଳେ ରୋଗୀଙ୍କୁ ଶୋଷଣ କରୁଛନ୍ତି । ଉଦଳା ଡାକ୍ତରଖାନାର ଡାଇରିଆ, ମେଡିସିନ୍‌ ସମେତ ବିଭିନ୍ନ ୱାର୍ଡରେ ଆଜି ସକାଳେ ଡାକ୍ତର ରାଉଣ୍ଡରେ ଯାଇ ରୋଗୀଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏହି ସମୟରେ ଡାକ୍ତରଙ୍କ ସହିତ ଦୁଇ ଜଣ ଯୁବତୀ ମଧ୍ୟ ବୁଲୁଥିଲେ । ଡାକ୍ତର ଯେଉମାନଙ୍କୁ ରକ୍ତ ପରୀକ୍ଷା ସମେତ ବିଭିନ୍ନ ପରୀକ୍ଷା କରିବାକୁ କହୁଥିଲେ ଏବଂ ଚିଟ୍‌ ପ୍ରଦାନ କରୁଥିଲେ ଏହି ଯୁବତୀମାନେ ସେହି ଚିଟକୁ ନେଇ କରୁଥିଲେ ଦଲାଲୀ । ସେହି ଚିଟ୍‌ରେ ଲେଖାଯାଇଥିବା ପରୀକ୍ଷା କରାଇବା ନିମେନ୍ତେ ରୋଗୀଙ୍କୁ ସ୍ଥାନୀୟ ମେଡିକାଲ ନିକଟରେ ଥିବା ଜେପି ପାଥୋଲୋଜି ନାମକ ଏକ ବେସରକାରୀ କ୍ଲିନିକକୁ ନେଇଯାଇଥିଲେ ଏବଂ ସେଠାରେ ତାଙ୍କର ପରୀକ୍ଷା କରାଇ ଶହ ଶହ ଟଙ୍କା ଲୁଟି ନେଇଥିଲେ ।

ଅନ୍ୟପଟେ ମେଡିକାଲରେ ସରକାରୀ ସ୍ତରରେ ମାଗଣାରେ ସମସ୍ତ ପରୀକ୍ଷା ହେବାର ନିୟମ ରହିଥିବା ବେଳେ ମେଡିକାଲରେ ତାହା ହେଉ ନଥିବା କହିଛନ୍ତି କିଛି ରୋଗୀ । ଏପରିକି ଜଣେ ଜଣେ ରୋଗୀଙ୍କ ନିକଟରୁ ୫ ଶହରୁ ଦେଢ ହଜାର ପର୍ଯ୍ୟନ୍ତ ଟଙ୍କା ପରୀକ୍ଷା ବାବଦକୁ ନିଆଯାଇଛି । ଯାହାକି ଚିକିତ୍ସା ନିମେନ୍ତେ ଆସିଥିବା ଆଦିବାସୀ ରୋଗୀଟି ଏ ବାବଦରେ କିଛି ନଜାଣିପାରି କେବଳ କାନମୁଣ୍ଡ ଆଉଁସି ଟଙ୍କା ଦେଇଛି । ହେଲେ ଏଭଳି ସ୍ଥଳେ ଡାକ୍ତରଖାନା ଭିତରେ ବେସରକାରୀ କ୍ଲିନିକ୍‌ର କର୍ମଚାରୀ ବୁଲିବା ଏବଂ ରୋଗୀଙ୍କୁ ନେଇ ବାହାରେ ପରୀକ୍ଷା କରାଇବା ଭଳି ଘଟଣା ଘଟୁଥିଲେ ସୁଦ୍ଧା ଡାକ୍ତରଖାନାର କେହି ଏହାର ସୁରାକ କିପରି ପାଇପାରିଲେ ନାହିଁ ତାହାକୁ ନେଇ ଉଠିଛି ପ୍ରଶ୍ନ ।

   Related Posts