ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଡାଇବେଟିସରେ ଅମୃତଭଣ୍ଡା ଖାଇବା ଉଚିତ୍ କି ନୁହେଁ ? ଆସନ୍ତୁ ଜାଣିବା କେଉଁ ସମୟରେ ଦରକାର ଖାଇବା …

8/02/2023 at 3:33 PM

ମୁମ୍ବାଇ ୦୮।୦୨: ଅମୃତଭଣ୍ଡାରେ ଭରି ରହିଛି ଆଣ୍ଟି ଅକ୍ସିଡାଣ୍ଟ ଗୁଣ । ପାଚନ କ୍ରିୟାକୁ ସକ୍ରିୟ କରିବାରେ ଅମୃତଭଣ୍ଡା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । କିନ୍ତୁ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅମୃତଭଣ୍ଡା ମଧୁମେହ ରୋଗୀ ଖାଇବା ପାରିବେ । ଜଣେ ଡାଇବେଟିସ୍‌ ରୋଗୀ ଏହାକୁ ଖାଇଲେ ତାହା ନିଜ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ । ଅମୃତଭଣ୍ଡାରେ ବହୁତ ପରିମାଣରେ ଭିଟାମିନ୍‌ ଓ ନ୍ୟୁଟ୍ରିଏଣ୍ଟ୍‌ସ ରହିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ଡାଇବେଟିସ୍‌ ରୋଗୀକୁ ବହୁତ ଲାଭ ମିଳିଥାଏ ।

 ବିଶେଷଜ୍ଞମାନେ ମଧୁମେହରେ ଅମୃତଭଣ୍ଡା ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । କାରଣ, ଏହା ମଧୁମେହରେ ଘଟୁଥିବା ଅନେକ ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ । ତେବେ ଅମୃତଭଣ୍ଡାରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ୬୦ ରହିଛି । ଯାହାର ଅର୍ଥ ହେଉଛି ଏହା ସୁଗର ବୃଦ୍ଧି ନକରିବାରେ ସହାୟକ ହୋଇଥାଏ । ଅମୃତଭଣ୍ଡା ଖାଇବାରେ ମଧୁମେହ ରୋଗୀଙ୍କ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ ଏବଂ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ସହ ଅମୃତଭଣ୍ଡାରେ ଫାଇବର ଓ ଆଣ୍ଟିଅକ୍ସିଡେଣ୍ଟ ମଧ୍ୟ ରହିଥାଏ। ଯାହା ଶରୀରର କୋଷଗୁଡ଼ିକୁ ଖରାପ ହେବାରୁ ରକ୍ଷା କରିବା ସହ ହାର୍ଟକୁ ସୁସ୍ଥ ରଖିଥାଏ। ଅମୃତଭଣ୍ଡା ଖାଇଲେ ତାହାର ଭଲ ପ୍ରଭାବ କିଡ୍‌ନୀ ଉପରେ ପଡିଥାଏ। ହୃଦ୍‌ଜନିତ ରୋଗୀ ଏହାକୁ ନିଜର ଖାଦ୍ୟ ତାଲିକାରେ ମଧ୍ୟ ସାମିଲ କରିପାରନ୍ତି । ଏହାକୁ ନିୟମିତ ଖାଇଲେ ତାହା ଆର୍ଥ୍ରାଇଟିସ ରୋଗରୁ କେତେକାଂଶରେ ଉପଶମ ଦେଇଥାଏ।

ତେବେ ମଧୁମେହ ରୋଗୀ ସଠିକ ଉପାୟରେ ଅମୃତଭଣ୍ଡା ଖାଇବା ଦରକାର । ନଚେତ୍ ମଧୁମେହ ବଢିବାର ଏହା କାରଣ ହୋଇପାରେ ।  ଆମେରିକୀୟ ଡାଇବେଟିସ୍ ଆସୋସିଏସନ୍ଙ୍କ ଅନୁଯାୟୀ, ମଧୁମେହ ରୋଗୀମାନେ ପ୍ରତିଦିନ ଏକ କପରୁ କମ୍ ଅମୃତଭଣ୍ଡା ଅଧିକ ଖାଇବା ଉଚିତ୍ ନୁହେଁ  । ଏହା ମଧୁମେହ ବଢିବାର କାରଣ ହୋଇପାରେ । ଯଦି ଆପଣ ଜଳଖିଆ ପରେ ଏବଂ ଦିନ ପ୍ରାୟ ୧୦ଟା ପରେ ଅମୃତଭଣ୍ଡା ଖାଆନ୍ତି, ତେବେ ଏହା ଆପଣଙ୍କ ପାଇଁ ଅଧିକ ଲାଭଦାୟକ ହେବ ।

   Related Posts