oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଠିକା ନିଯୁକ୍ତି ନେଇ ସରକାରଙ୍କୁ ଘେରିଲେ ବିରୋଧୀ : ୨ ଲକ୍ଷ ନୁହେଁ , ମାତ୍ର ୭୩୪୫୧ ମୂଳ ପଦବୀ ଖାଲିପିଡ଼ିଛି-ସଂସଦୀୟ ବ୍ୟାପାର ମନ୍ତ୍ରୀ

29/07/2022 at 2:56 PM

ଭୁବନେଶ୍ୱର ୨୯।୦୭ : ଠିକା ନିଯୁକ୍ତିରେ ଚାଲିଛି ଓଡିଶା ସରକାର ଶିର୍ଷକ ମୁଲତବୀ ପ୍ରସ୍ତାଵ ଗୃହରେ ବିଜେପି ପକ୍ଷରୁ ଆଗତ କରଯାଇଥିଲା । ଆଲୋକଚନାରେ ଅଂଶ ଗ୍ରହଣ କରି ଆଉଟ ସୋରସିଂ ଓ ଠିକା ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ରାଜ୍ୟସରକାରଙ୍କ ୪୩ଟି ବିଭାଗରେ ୨ ଲକ୍ଷ ୨୬ ହାଜର ୫ଶହ ୫୯ ସରକାରୀ ପଦବୀ ଖାଲି ପଡ଼ିଛି।  ଗୃହ ବିଭାଗରେ ୨୬୭୯୮, ରାଜସ୍ୱରେ ୧୨୭୬୧, ବିଦ୍ୟାଳୟ ଓ ଗଣଶିକ୍ଷା ରେ ସର୍ବାଧିକ ୬୧,୮୩୬, ସ୍ୱାସ୍ଥ୍ୟ ବିଭାରେ ୩୬,0୪୫, ଜଳ ସମ୍ପଦ ବିଭଗରେ ୮,୭୫୩, କୃଷି ବିଭଗରେ ୯,୬୮୬,  ଉଚ୍ଚ ଶିକ୍ଷା ବିଭଗ ୧୧,୫୨୨, ଜଙ୍ଗଲ ଓ ପରିବେଶ ବିଭଗରେ ୫୮୧୪, ଅର୍ଥ ବିଭଗରେ ୩୪୪୦ ପଦବୀ ଖାଲି ପଡିଛି। ହେଲେ ରାଜ୍ୟ ସରକାର  ସ୍ଥାୟୀ ନିଯୁକ୍ତି ନଦେଇ ଜିଏସଟି ଆଦାୟ ଯୋଜନାରେ ଠିକା ନିଯୁକ୍ତି ବ୍ୟବସ୍ଥା କରିଛନ୍ତି। ଯାହା ଯୁବକ ଯୁବତୀ ଙ୍କ ପାଇଁ ଘାତକ ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତିବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, କେବଳ ଗୃହ , ଶିକ୍ଷା, ଓ ସ୍ୱାସ୍ଥ୍ୟ ଭଳି ତିନୋଟି ବିଭାଗରେ ୧ ଲକ୍ଷରୁ ଅଧିକ ପଦଵୀ ଖାଲି ପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟର ୭୦ ଟି ବ୍ଲଡ଼ ବ୍ୟାଙ୍କରେ ୧୮୦ ଜଣ ଠିକା କର୍ମଚାରି ଅଛନ୍ତି । ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀ ଯନ୍ତ୍ରୀ ମାନଙ୍କୁ ଠିକା ନିଯୁକ୍ତି ଦେଇ ବାହାବା ସାଉଟୁଛନ୍ତି। ଠିକା ଦୁର୍ନୀତି ଓ ଅପରାଧ ବଢ଼ିବାରେ ଲାଗିଛୁ କହିଛନ୍ତି ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜରୀ ଗୃହରେ ଉତ୍ତର ରଖି କହିଛନ୍ତି ଯେ, ୨ ଲକ୍ଷ  ପଦବୀ ଖାଲି ପଡିନାହିଁ , ମାତ୍ର ୭୩୪୫୧ ମୂଳ ପଦବୀ ଖାଲିପିଡ଼ିଛି। ବାକି ପଦବୀ ପଦୋନ୍ନତି ଦ୍ୱାରା ପୁରାଣ କରାଯିବ। ଏଥିପାଇଁ ମିଶନ ମୋଡ଼ରେ ପଦୋନ୍ନତି ଦେବା ପାଇଁ  ସବୁ ବିଭାଗକୁ ନିର୍ଦେଶ ଦିଆଯାଉଛି।  ଇତି ମଧ୍ୟରେ ୪୮,୮୭୦ ଇନିସିଆଲ  ନିଯୁକ୍ତି ଦିଆଯାଇଛି।  ୩୨,୯୪୫ ନୂଆ ପଦବୀ ସୃଷ୍ଟି କରାଯାଇଛି। ଚଳିତ ବର୍ଷ ଓପିଏସସି ଜରିଆରେ ୬୮୩୯, ଓଏସଏସସି ଜରିଆରେ ୨୬୭୮  ଏବଂ ଓଏସସିସି ଜରିଆରେ ୭୯୦୨ ମୂଳ ପଦବୀ ପୂରଣ ପାଇଁ ଲକ୍ଷ୍ୟ ରଖାଯାଇଛି।  ରାଜ୍ୟରେ ସରକାରୀ ନିଯୁକ୍ତିର ପ୍ରତିବନ୍ଧକ ନାହିଁ। ନିଯୁକ୍ତି ପକ୍ରିୟା ଜାରି ରହିଥିବା ମନ୍ତ୍ରୀ କହିଛନ୍ତି।

   Related Posts