LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଝାରସୁଗୁଡା ଉଚୁକାବାହଲ ଜଙ୍ଗଲରେ ଜିଲ୍ଲାରେ ବିପଦରେ ହାତୀ

19/05/2018 at 4:59 AM

ଝାରସୁଗୁଡା ଉଚୁକାବାହଲ ଜଙ୍ଗଲରେ ଜିଲ୍ଲାରେ ବିପଦରେ ହାତୀ। ଗତମାସ ଟ୍ରେନ ଧକ୍କାରେ ବାଗଡ଼ିହି ନିକଟରେ ୩ ହାତୀଙ୍କ ଏକସଙ୍ଗେ ମୃତ୍ୟୁ ହୋଇଥିଲା।ଏହା ପୂର୍ବରୁ ମଧ୍ୟ ଦୁର୍ଘଟଣାରେ 3 ଟି ହାତୀ ମୃତ୍ୟୁବରଣ କରିଥିଲେ। ଏବେ ପୁଣି ଆଉ ଗୋଟିଏ ହାତୀ ଜୀଵନ ସହ ସଂଗ୍ରାମ କରୁଛି। ବାଗଡ଼ିହି ନିକଟସ୍ଥ ଉଚୁକାବାହଲ ଜଙ୍ଗଲରେ ଗୋଟିଏ12 ବର୍ଷୀୟ ହାତୀ ଅସୁସ୍ଥ ହୋଇଛି। ତା ମୁହଁରୁ ରକ୍ତ ବାହାରୁଥିବା ପେଟ୍ରୋଲିଂ ଦାୟିତ୍ୱ ରେ ଥିବା ବନ କର୍ମଚାରୀ ଦେଖିଥିଲେ। ହାତୀକୁ ନିଜ ଆୟତ୍ତକୁ ନେବାକୁ ପ୍ରୟାସ କରିବା ସହ ପ୍ରକୃତ କାରଣ ଜାଣିବାକୁ ପ୍ରାଣୀଚିକିତ୍ସକ ଙ୍କ ସହାୟତା ନେଇଥିଲା। ପରେ ହାତୀର ଅଧିକ ଚିକିତ୍ସା ସହ ତା ମୁହଁରେ ଅସ୍ତ୍ରୋପଚାର କରାଯିବା ପାଇଁ ନନ୍ଦନକାନନ ରୁ ଟ୍ରଙ୍କୁଳାଇଜର ଟିମ କୁ ଡକାଯାଇଛି। ଆଜି ସକାଳୁ ହାତୀର ଶରୀରରେ ଅସ୍ତ୍ରୋପଚାର କରାଯିବ।

Leave a Reply

   Related Posts