ଜୟପୁର ରକ୍ତ ଭଣ୍ଡାରରେ ରକ୍ତକୁ ନେଇ ବେପାର
23/05/2018 at 8:29 PM

ରକ୍ତ ଭଣ୍ଡାରରେ ରକ୍ତକୁ ନେଇ ବେପାର। ଏମିତି ସାଂଘାତିକ ଅଭିଯୋଗ ଆସିଛି ଜୟପୁର ରକ୍ତ ଭଣ୍ଡାର ନାଁରେ। ରକ୍ତ ନାଁରେ ରୋଗୀଙ୍କ ଠାରୁ ସରକାରୀ ଧାର୍ଯ୍ୟରୁ ଅଧିକ ଟଙ୍କା ଓ ମିଠା ପ୍ୟାକେଟ ନିଆ ଯାଉଥିବା ବେଳେ ରସିଦ ଦିଆଯାଉନି। ସିକଲ୍ ସିଲ୍ ରୋଗୀଙ୍କୁ ମାଗଣାରେ ରକ୍ତ ଯୋଗାଇ ଦେବାକୁ ନିୟମ ଥିବା ବେଳେ ଏମାନଙ୍କ ଠାରୁ ବି ଟକା ଆଦାୟ କରାଯାଉଥିବା ଅଭିଯୋଗ ଆସିଛି। ଏ ନେଇ ନ୍ୟୁଜ୭ ଜୟପୁର ରକ୍ତ ଭଣ୍ଡାରରେ ସ୍ଥିତି ପରଖିବାକୁ ଯାଇଥିବା ବେଳେ କର୍ମଚାରୀଙ୍କ ଅଭାବ ବାହାନାରେ ୨ ଜଣ କର୍ମଚାରୀ ନିଜ ଦୋଷ ସ୍ୱୀକାର କରି ଖବର ପ୍ରସାରଣ ନକରିବାକୁ କ୍ୟାମେରା ସାମ୍ନାରେ ନେହୁରା ହୋଇଥିଲେ। ଦେଖନ୍ତୁ ନ୍ୟୁଜ୭ର EXCLUSIVE REPORT.
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023