ଜୟପୁର ପୌର ପାଳିକାରେ ସୁଖିଆଗୁଡା ଗାଁର ସାମିଲକୁ ବିରୋଧ
5/05/2018 at 9:45 PM

ଜୟପୁର ପୌର ପାଳିକା ପୁନର୍ଗଠିତ ହେବା ସହ ୱାର୍ଡ ସଂଖ୍ୟା ୨୮ରୁ ୩୨କୁ ବଢାଇବା ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇଛି ପୌର ପାଳିକା। ଏଥିରେ ଜୟପୁର ଉପକଣ୍ଠର କିଛି ଗାଁକୁ ସାମିଲ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବରେ ସାମିଲ ଅଛି ଜୟପୁର ଉପକଣ୍ଠର ସୁଖିଆଗୁଡା ଗାଁ। ଏହି ଗାଁକୁ ୨୧ ନମ୍ବର ୱାର୍ଡରେ ସାମିଲ କରାଯାଇଥିବା ବେଳେ ଏହାକୁ କିନ୍ତୁ ବିରୋଧ କରୁଛନ୍ତି ଗ୍ରାମବାସୀ। ସେମାନେ ପୂର୍ବଭଳି ଟାଙ୍କୁଆ ପଞ୍ଚାୟତରେ ରହିବାକୁ ଦାବୀ କରୁଥିବା ବେଳେ ଏବେ ଦୋଛକିରେ ପୌର କତ୍ତୃପକ୍ଷ।