ଜୟପୁରରେ କଂଗ୍ରେସର ମହାସମାବେଶ
16/05/2018 at 10:03 AM

ଜୟପୁରରେ କଂଗ୍ରେସର ମହାସମାବେଶ । ସଂଗଠନ ମଜଭୁତ କରିବାକୁ ମେଘମାଳ ତୋଟା ପଡିଆରେ କଂଗ୍ରେସ ଏହି ମହାସମାବେଶ ଆୟୋଜନ କରିଛି । ଶକ୍ତି ପ୍ରଦର୍ଶନ ପାଇଁ ୨ହଜାରରୁ ଅଧିକ ବାଇକ ରାଲିରେ ସହର ପରିକ୍ରମା ପରେ କଂଗ୍ରେସ ନେତା ଓ କର୍ମୀମାନେ ସମାବେଶରେ ପହଞ୍ଚିଥିଲେ । ସେଠାରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ପ୍ରସାଦ ସିଂ ଙ୍କ ସମେତ ଵରିଷ୍ଠ ନେତା ମାନଙ୍କୁ ଭବ୍ୟ ସମ୍ଵର୍ଦ୍ଧନା ଦିଆଯାଇଛି । ସମାଵେଶରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୦ ହଜାରରୁ ଅଧିକ ଲୋକ ଯୋଗ ଦେଇଛନ୍ତି। ସମାବେଶକୁ ଅଭୁତପୂର୍ଵ ସମର୍ଥନ ମିଳିଥିବା କହିଛନ୍ତି ପିସିସି ସଭାପତି । ଆଗାମୀ ନିର୍ଵାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିଵ ଵୋଲି ଆଶା ରଖିଛି ଦଳ ।
Related Posts
ବସ୍ରେ ହେଉଥିଲେ ଗଞ୍ଜେଇ ଚାଲାଣ, ମାଡିବସିଲା ପୋଲିସ
3 October 2023
ଘରେ ଶୋଇଥିଲେ ସ୍ୱାମୀ-ସ୍ତ୍ରୀ, ଭୁଜାଲି ମାଡ଼ରେ ମହିଳା ଗୁରୁତର
3 October 2023